ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଚନ୍ଦ୍ରବଦନା ଯାହା ଦୂରେ ରହିଲା।
ଇନ୍ଦ୍ର ସମ୍ପଦ ମୋ ବିହି ଅନ୍ତର କଲା ॥ ପଦ॥

ନ ରୁଚେ ବାସ ବେଶ,
ତାମ୍ବୁଳ ହେଲା ବିଷ,
ଜ୍ୱାଳା ଚନ୍ଦ୍ର ଚନ୍ଦନ ପବନ ହେଲା॥ ୧॥

ଦାରୁଣ ସ୍ମର ରାଣ,
ବିନ୍ଧଇ ତୀକ୍ଷ୍‌ଣ ବାଣ,
ପ୍ରାଣ ନେବ ବୋଲିଣ ହଟି ବସିଲା॥ ୨॥

କେତେ ପରି ଚତୁରୀ,
କହୁଥିଲା ତିଆରି,
ତାହା ନ ଘେନି ଦେହ ଏହା ସହିଲା॥ ୩॥

ନବନୀତ ପିତୁଳା,
ଊରଜ ବରତୁଳା,
ବିହୀନରେ ବିଅର୍ଥେ ନିଶି ପାହିଲା॥ ୪॥

ଭାଷେ ପୁରୁଷୋତ୍ତମ,
ନୃପ ଅନଙ୍ଗଭୀମ,
ଏକାଳେ ତାର ମୋର ସଙ୍ଗ ନୋହିଲା॥ ୫॥

-୦-

ଉକ୍ତ କବିତାଟି ଦାଶରଥି ପୁସ୍ତକାଳୟ, କଟକ ଦ୍ୱାରା ୧୯୬୦ ମସିହାରେ ପ୍ରକାଶିତ ତଥା ବୈଷ୍ଣବ ଚରଣ ଦାସ ଗୋସ୍ୱାମୀଙ୍କ ଦ୍ୱାରା ସଂଶୋଧିତ ଓ ସମ୍ପାଦିତ ‘ଗୋପାଳକୃଷ୍ଣ ଗ୍ରନ୍ଥାବଳୀ-ଦ୍ୱିତୀୟ ଭାଗ’ ପୁସ୍ତକରୁ ସଂଗୃହୀତ।

ପାଠକୀୟ ଆଦୃତି

୬ ଦୃଷ୍ଟି ଆକର୍ଷଣ
୦ ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଗୋପାଳ କୃଷ୍ଣ ପଟ୍ଟନାୟକ

ଜଣେ ଗୀତିକବି ଓ ପଦକାରମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ରଷ୍ଟାଭାବେ ଗୋପାଳକୃଷ୍ଣ ପଟ୍ଟନାୟକ(୧୭୭୬-୧୮୬୨) ପରିଚିତ ଥିଲେ। ସେ ଥିଲେ ମଞ୍ଜରୀ ଓ ଭକ୍ତିଭାବର କବି। ଜଣେ ନିଷ୍ଠାପର ସାଧକ ଓ ସେବକ ଭାବରେ ସେ ବୈଷ୍ଣବ ଦର୍ଶନକୁ ନିଜର କବିତା ଓ କାବ୍ୟ ମାଧ୍ୟମରେ ରଚନା କରିଯାଇଛନ୍ତି।

ତାଙ୍କର ବିବିଧ ରଚନା ମଧ୍ୟରେ ରହିଛି ଭଜନ, ଜଣାଣ, ମନଃଶିକ୍ଷା, ଲୌକିକ ଚୌପଦୀ ଓ ପଦାବଳୀ। ସେ ରୂପଗୋସ୍ୱାମୀଙ୍କ ରଚିତ ‘ଚାଟୁ ପୁଷ୍ପାଞ୍ଜଳି’ ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ପ୍ରଣୀତ ‘ସକଳ୍ପ କଳ୍ପଦ୍ରୁପ’ ଗ୍ରନ୍ଥର ଅନୁବାଦ ମଧ୍ୟ କରିଥିଲେ। ସେ ବୈଷ୍ଣବ ଭାବନାରେ ମଜ୍ଜି ରହି ଅନେକ ରାଧାକୃଷ୍ଣ ଲୀଳାତ୍ମକ ପଦାବଳୀ ରଚନା କରିଯାଇଛନ୍ତି।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP