ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗତକାଲି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୩ ବର୍ଷର ଅନୁବାଦ ସାହିତ୍ୟ ପୁରସ୍କାର ବାବଦରେ ଘୋଷଣା କରାଯାଇଛି ଘୋଷଣା ମୁତାବକ ଓଡ଼ିଆ ଭାଷା ପାଇଁ ସମ୍ପ୍ରତି ନୂଆଦିଲ୍ଲୀରେ ରହୁଥିବା ବିଳାସିନୀ ମହାନ୍ତି ପ୍ରସିଦ୍ଧ ଉର୍ଦ୍ଦୁ ଲେଖକ ସାଦତ୍ ହାସନ୍ ମଣ୍ଟୋଙ୍କ ୫୦ଟି କ୍ଷୁଦ୍ରଗଳ୍ପର ଅନୁବାଦ ପୁସ୍ତକ ‘ଅନାବୃତ ଅନ୍ଧକାର’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ବିଶିଷ୍ଟ ଓଡ଼ିଆ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସଙ୍କୁ ଗତକାଲି ନୂଆଦିଲ୍ଲୀଠାରେ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ କରାଯାଇଛି ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଉପରାଷ୍ଟ୍ରପତି ଡ.ହମିଦ୍ ଆନ୍ସାରୀ ୬୮ବର୍ଷୀୟ ଓଡ଼ିଆ କବି ହରପ୍ରସାଦଙ୍କୁ ସମ୍ମାଜନକ ମୂର୍ତ୍ତିଦେବୀ ପୁରସ୍କାର ବାବଦରେ ନଗଦ ୪ଲକ୍ଷଟଙ୍କା, ଉପଢୌକନ ଓ ବାଗ୍ଦେବୀଙ୍କ ମୂର୍ତ୍ତି ଦେଇ ସମ୍ମାନିତ କରିଛନ୍ତି ଏହି ଉପଲକ୍ଷେ ଆୟୋଜିତ ସଭାରେ ଡ.ଆନ୍ସାରୀ ହରପ୍ରସାଦଙ୍କୁ ସମକାଳୀନ ଭାରତୀୟ ସାହିତ୍ୟର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ସାହିତ୍ୟିକଭାବେ ଅଭିହିତ କରିଥିଲେ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ତଥା ନାଟ୍ୟକାର ବିଜୟ ମିଶ୍ର ୨୦୧୩ ମସିହା ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ନାଟକ ପୁସ୍ତକ ‘ବାଣପ୍ରସ୍ଥ’ ପାଇଁ ଶ୍ରୀ ମିଶ୍ର ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ୨୨ଟି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା ହୋଇଛି ଆସନ୍ତା ବର୍ଷ ଏକାଡ଼େମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଅନ୍ୟମାନଙ୍କ ସହିତ ଶ୍ରୀ ମିଶ୍ରଙ୍କୁ ପୁରସ୍କାର ବାବଦରେ ନଗଦ ଏକଲକ୍ଷ ଟଙ୍କା, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 3ଟି )
ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର ଓ ପ୍ରସାର ପ୍ରତି ପ୍ରାଥମିକତା ଦେବା ସେମାନଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ବରିଷ୍ଠ ତଥା ବର୍ଷିୟାନ୍ ସାହିତ୍ୟିକ ମନୋଜ ଦାସ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଏହା କହିଥିଲେ ଏକାଡ଼େମୀର ସଭାପତି ସାତକଡ଼ି ହୋତାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ ସାହିତ୍ୟ ପତ୍ରିକାର ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ସେହି ତୁଳନାରେ ଦାୟିତ୍ବବାନ ସମ୍ପାଦକଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ ବୋଲି କହିଥିଲେ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ‘ମହାଭାରତ’ ମହାକାବ୍ୟର ବିଷୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଡକ୍ଟର ଦାସଙ୍କ କବିତା ସଙ୍କଳନ ‘ବଂଶ’ ପାଇଁ ୨୦୧୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ଭାରତୀୟ ଜ୍ଞାନପୀଠ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟାବିହାରୀ ମହାନ୍ତି ସମ୍ମାନଜନକ ‘ଶିଶୁ ସାହିତ୍ୟ ପୁରସ୍କାର’ ଏବଂ ଯୁବ କଥାକାର କ୍ଷେତ୍ରବାସୀ ନାଏକ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୧୩’ ପାଇବାକୁ ମନୋନୀତ ହୋଇଛନ୍ତି ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ବୈଠକରେ ଏହା ଘୋଷଣା କରାଯାଇଛି ଏକାଡେମୀର ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ ୧୯୩୧ ନଭେମ୍ବର ୧୫ ତାରିଖରେ ଜନ୍ମ ହୋଇଥିବା ଶ୍ରୀ ମହାନ୍ତି ଅଷ୍ଟମ ଶ୍ରେଣୀରୁ କବିତା ରଚନା ଆରମ୍ଭ କରିଥିଲେ ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁ କାର୍ଯ୍ୟକ୍ରମର ଜଣେ ପରିଚାଳକ ଭାବେ କାର୍ଯ୍ୟ ଆରମ୍ଭ କରି ପ୍ରଯୋଜକ ଭାବେ ୧୯୮୯ ମସିହାରେ ଅବସର ଗ୍ରହଣ କରିଥିଲେ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଯୁବ ସାହିତ୍ୟିକମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀ ସ୍ଥାନୀୟ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଆମ ସାହିତ୍ୟ ହେଉଛି ଆମ ସ୍ବାଭିମାନର ପ୍ରତୀକ ଏହା ଯେପରି ଅଧିକ ଲୋକପ୍ରିୟ ହୋଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଏହି କ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବିଶେଷଜ୍ଞ କମିଟି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ସୁପାରିସ କରିବା ଓଡ଼ିଶା ଭାଷା ସାହିତ୍ୟ ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଗତ ତିନି ବର୍ଷ ପାଇଁ ଏହାର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଁ ପ୍ରଥିତଯଶା ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ରାଜ୍ୟର ଭାଷା-ସାହିତ୍ୟର ବିକାଶ ସହିତ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବର୍ତ୍ତମାନର ଯୁବ ସାହିତ୍ୟିକମାନେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ବୋଲି ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତି ମତବ୍ୟକ୍ତ କରିଛନ୍ତି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )