ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁମେ ଯେବେ ଆସି କବାଟକୁ ମୋର
ଧଡ଼ଧାଡ଼ ପିଟୁଥିଲ,
ଖଟତଳେ ଲୁଚି ବସିଥିଲି ମୁଁ।
କାନେଇ କାନେଇ ଶୁଣି ପାରୁଥିଲି
ତୁମ ସକେଇ ସକେଇ କାନ୍ଦିବାର ଧ୍ୱନି।
କଣେଇ କଣେଇ ଦେଖି ପାରୁଥିଲି
ତୁମ ଆଲୁରୁ ବାଲୁରୁ କେଶ
କାଦଧୁଳି ବୋଳା ତୁମ ଅସଜଡ଼ା ବେଶ।
ଉମେଶ ପାତ୍ର,ରାଉରକେଲା ( ମତାମତ ଦିଅନ୍ତୁ →
ହେ ବନଲତା !
କଥା କହ ତୁହି ଆଜି;
କାହିଁ ସେଇ ରୂପ ତୋହରି ସରାଗ
କାହିଁକି ଦେଇଛୁ ତେଜି?
ବିପିନ ବିହାରୀ ସାହୁ, ବଲାଙ୍ଗୀର ( ମତାମତ ଦିଅନ୍ତୁ →
ତଥାପି ବଞ୍ଚି ରହିଛି ସ୍ମୃତି ତାର ଆଜି
ସ୍ମୃତିକାର ଅଛି ଅବା କିଏ
ସ୍ମୃତି ର ଦୁଇଟି ଅକ୍ଷରର ଅର୍ଥ ବୁଝିବାକୁ
ବେଳ ନାହିଁ ଖୋଜି ବାହାର କରିବାକୁ
ସନ୍ତୋଷ ଜଗତ ( ମତାମତ - 2ଟି )
ବିବଶ ମୁଁ, ବିପଥଗାମୀ ନୁହେଁ ବିବ୍ରତ ମୁଁ, ବର୍ତ୍ତମାନର ବିଚାରରେ ବ୍ୟତିକ୍ରମ ବାରବାର ଘଟୁଅଛି ବିଳମ୍ବିତ ବେଳ-ବାର–ବର୍ଷରେ ବିଚାରପଣର ବିଷୋଦଗାର ଜାରିରହିଛି ବ୍ୟଥିତ ଏ ବିସ୍ଥାପିତ ମନ-ମସ୍ତିଷ୍କ ବେଖିଆଲି ବେପଥୁ ସ୍ଵପ୍ନେ ଉଡି ଭ୍ରମେ ବିତିଯାଇଛି ବିଭୋର ସମୟସବୁ ମୋ ବାସ୍ତବତାକୁ…
ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା ( ମତାମତ - 1ଟା )
ମନେପଡ଼େ ଆଜି
ରଜର ଚକୁଳି ଆମ୍ବ ଗଛ ଦୋଳି
ସୁଦଶା ବ୍ରତର ପିଠା
ରଥର ଦଉଡ଼ି ବର୍ଷାରେ କବାଡ଼ି
ରାଧାଷ୍ଟମି ର ମିଠା।
ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର ( ମତାମତ - 1ଟା )
ବସ୍ତାନି ଭିତରେ
ରଫ୍ ଖାତାଟିର ସ୍ଥିତି ବଡ ଭୟଙ୍କର।
ତା’ର ପ୍ରତିଟି ପୃଷ୍ଠା ଉତ୍ସର୍ଗ କରିଛି
ଅନ୍ୟର ଉପକାର ପାଇଁ।
ଲେଖାମାନଙ୍କର ଗହଳି ଭିତରେ
ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା ( ମତାମତ - 3ଟି )
ନିଝୁମ ଖରାବେଳେ, ପାଲି ଆଉ ସାର ଧରି , ସେ ଚାଲିଆସେ ଲୁଡୁ ଖେଳିବାକୁ। ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ, କେତେ ଅଳିକରେ ; କେତେ ଝଗଡା ପରେ , ମୁଁ ରାଜି ହୁଏ ତା କଥାରେ, ବାଜିଏ ଖେଳିବାକୁ। ବାଜି ରହେ ସିନେମା ଯିବା ନ ହେଲେ ଆଇସ୍କ୍ରିମ ଖୋଇବା।
ବିଭୁ ସାମନ୍ତ ( ମତାମତ - 1ଟା )
ଜ୍ଞାନୀ ଜନ ଯଦି ହୋଇବେ ଅଜ୍ଞାନୀ
ଜଗତ କିସ ହୋଇବ।
ଦାରୁବ୍ରହ୍ମ ଯଦି ହୋଇବେ ପାଷାଣ
ମୋ ଡାକ କିଏ ଶୁଣିବ॥
ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍, ଶ୍ରୀକାକୁଲମ୍(ଆନ୍ଧ୍ରପ୍ରଦେଶ) ( ମତାମତ - 7ଟି )
ମାତୃଭୂମି ଯାର ଓଡ଼ିଶା ଅଟଇ
ମାତୃଭାଷା ଯାର ଓଡ଼ିଆ
ତଥାପି କାହିଁକି ମନରେ ଏ ଭୟ
କହିବାକୁ ମୁଁ ଓଡ଼ିଆ।
ଶକ୍ତି ସିଆ,ଗଞ୍ଜାମ ( ମତାମତ - 1ଟା )
ଜଡ଼ାକୁ ଖବର ମିଳିଲା ଖନା ବୁଢା ମରିଗଲା ବୋଲି |
କୁଞ୍ଜ କହିଲା, ‘ ଆବେ ଜଡ଼ା… ତୋ ବାଆ ମରିଗଲା | ’ ସବୁଦିନ ପରି ଗାଈ ଚରାରୁ ଫେରି, ଜଡ଼ା ଶୌଚ ହେବା ପାଇଁ ଗଛ ଉପରକୁ ଚଢି ପାଣି ଭିତରକୁ ମାଙ୍କଡ ପରି ପ୍ରଥମ ଡିଆଁ ମାରିଥିଲା | ମାତ୍ର, ଏମିତିକା ଖବର ଶୁଣି ଅତର୍ଚ୍ଛାରେ ଘରକୁ ଧାଇଁଲା |
ଶୈଳେନ୍ଦ୍ର କୁମାର ଜେନା ( ମତାମତ ଦିଅନ୍ତୁ →