ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କଳା କଳେବର ଚଉତିଶା

  • କଳା କଳେବର କହ୍ନାଇ, ସଙ୍ଗେ ରୋହିଣୀ ସୂତ।
    କରନ୍ତି ମଥୁରା ବିଜୟେ, ଦାଣ୍ଡେ ଦେଖ ସଙ୍ଗାତ॥

    ଖସି ପଡ଼ୁଛି କି ଆକାଶୁ, କି ଏ ଗଙ୍ଗା ଯମୁନା?
    କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ, ନାଶଗଲା ପୁତନା॥

    ଗହନ କାନନ ବନରେ, ଘୋର ବରଷା କାଳ।
    ଗିରି ବାମ କରେ ଧରିଲେ ନନ୍ଦ ଯଶୋଦା ବାଳ॥

    ଘରେ ନ ରହନ୍ତି ଗଉଡ଼େ, ବଡ଼ ଅଧମ ଜାତି।
    ଘେନି ବତ୍ସାବୃନ୍ଦ ବାଳକେ, ବନେ ବୁଲନ୍ତି ନିତି॥

    ଉଇଁ ଆସୁଛି କି ପୂର୍ଣ୍ଣିମା, ଶଶୀ କ୍ଷୀର ସାଗରୁ?
    ଉଠ ମଧୁପୁର ଯୁବତୀ, ଓଗାଳିବା ଆଗରୁ॥

    ଚନ୍ଦନ ବେଶ ମୁଁ କରନ୍ତି, ମୋର ହେଉଛି ମନ।
    ଚିତ୍ତ କେ ଧରିବ ଯୁବତୀ, ଚାହିଁ ଚନ୍ଦ୍ର ବଦନ॥

    ଛନକା ପଶିଲା ଛାତିରେ, ଜାତି କୁଳ ଉପେକ୍ଷି।
    ଛାଡ଼ିବେ ଜୀବନ ଯଶୋଦା, ଗୋପେ କୃଷ୍ଣ ନ ଦେଖି॥

    ଜହର ସଙ୍ଗରେ ମହୁରା, ଆସି ହେଲା ନିୟତ।
    ଯୁବତୀ କୁଳକୁ ଦଇବ କଲା, ଏ ଉତପାତ॥

    ଝଡ଼ି ପଡ଼ୁଛି କି ଝୁଣ୍ଟିଆ, ଝସ-କେତନ ଘାତେ।
    ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ, ବହୁଅଛି ନିରତେ॥

    ନୟନ ଉପରେ ଭ୍ରୂଲତା, ଏ କି କାମ କମାଣ?
    ନୁହନ୍ତି ଏ ପୋଏ କାହାରି, ସବୁ ଗୋପୀଙ୍କ ପ୍ରାଣ॥

    ଟୋପି ଟୋପି କରି ଚନ୍ଦନ, ମଣ୍ଡିଛନ୍ତି କି ସଜେ।
    ଟେକି ବାରେ ଚାହାଁ ମଥୁରା ଦାଣ୍ଡେ, ଗୋବିନ୍ଦ ବିଜେ॥

    ଠାବେ ଠାବେ ଗୋଳ ଚହଳ, ଶିଂଘା ବେଣୁ ବଇଁଶୀ।
    ଠିଆ ହୋଇ ଭକ୍ତ ଦାସ, ତା ଦାଣ୍ଡେ ଦେଖନ୍ତି ଆସି॥

    ଡାକନ୍ତି ଏକକୁ ଆରେକ, ଆଜ ଜୀବ ଜୀବନ
    ଡୋଳାରେ ଏ ରୂପ ଦେଖିବା, ବିଜେ ମଧୁସୂଦନ॥

    -୦-

    ଉକ୍ତ କବିତାଟି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସାଂସ୍କୃତିକ ବ୍ୟପାର ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ସମ୍ପାଦନାରେ ପ୍ରକାଶିତ ‘ଚଉତିଶା ସଞ୍ଚୟନ’ ପୁସ୍ତକରୁ ସଂଗୃହୀତ।

    ପାଠକୀୟ ଆଦୃତି

    ୬ ଦୃଷ୍ଟି ଆକର୍ଷଣ
    ୦ ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ଭକ୍ତଚରଣ ଦାସ

    ଭକ୍ତଚରଣ ଦାସ(୧୭୨୯-୧୮୧୩) ତତ୍କାଳୀନ ପୁରୀ ଜିଲ୍ଲାର ରଣପୁର ସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ରଚନା ମଧ୍ୟରେ ‘ମନବୋଧ ଚଉତିଶା’, ‘କଳାକଳେବର ଚଉତିଶା’, ‘ଦାସେ ହୋ ଚଉତିଶା’ ପ୍ରଭୃତି କବିତା, ‘ଗୋପମଙ୍ଗଳ’ ଓ ‘ମଥୁରାମଙ୍ଗଳ’ ଆଦି କାବ୍ୟ ସହିତ ‘ମନଃଶିକ୍ଷା’ ପ୍ରଭୃତି ଗ୍ରନ୍ଥ ଅନ୍ୟତମ।

    ଭକ୍ତଚରଣ ଜଣେ ଦକ୍ଷ ଚିକିତ୍ସକଭାବେ ମଧ୍ୟ ସୁନାମ ଅର୍ଜନ କରିଥିଲେ। ସେ ଦୁଇଖଣ୍ଡ ବୈଦ୍ୟଶାସ୍ତ୍ର ରଚନା କରିଥିଲେ। ସେ ଜଣେ ସୁଦକ୍ଷ ଚିକିତ୍ସକଭାବେ ବହୁ ଜଟିଳ ରୋଗୀଙ୍କର ଚିକିତ୍ସା କରି ସେମାନଙ୍କୁ ଆରୋଗ୍ୟ କରିଥିବାର ସୂଚନା ମିଳେ।

    ସେ ଜଣେ ବୈଷ୍ଣବ ଏବଂ ଭକ୍ତିଭାବାପନ୍ନ କବି। ତେଣୁ ତାଙ୍କର ଲେଖାଗୁଡ଼ିକ ଭକ୍ତି ରସାଣିତ ଓ ଭାବୋଦ୍ଦୀପକ। ତାଙ୍କ ରଚନା ସମୂହର ବୈଶିଷ୍ଟ୍ୟ ହେଉଛି ଭାଷାଗତ ସରଳତା ଏବଂ ପ୍ରାଞ୍ଜଳତା। ତାଙ୍କ ରଚିତ ଚଉତିଶାଗୁଡ଼ିକ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ପରିଚିତ ଲାଭ କରିଛି। କବିଙ୍କ ରଚିତ ବିଭିନ୍ନ ଲେଖା ଓ ସଙ୍କଳନ ମଧ୍ୟରୁ ମନବୋଧ ଚଉତିଶା ଏକ ବହୁଳ ପରିଚିତ ଓ ପଠିତ ଗ୍ରନ୍ଥ।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP