ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ। ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନଥିଲେ। ସେ ଶର ବିନ୍ଧିଲେ ମତ୍ତ ହସ୍ତୀ ପ୍ରାଣ ହରଇ। ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ। ସେ ବାଟରେ ଯିବା ଆସିବା ମହାଜନମାନଙ୍କଠାରୁ ଧନରତ୍ନ ଲୁଟ କରି ନେଇ ରାଜା ସମାନ ସମ୍ପଦ କରିଥାଇ। ପାଞ୍ଚଶ ଲୋକ ଯାଉଥିଲେ ମୃଗ ପଲରେ ସିଂହ ପଶି ମନ୍ଥିଲା ପରି ଲୁଟ କରଇ। ଏରୂପେ ଅନ୍ୟାୟ କରିବାରୁ ସେ ପଥ ନଚଳିଲା। ବାଣିଜ୍ୟ ନଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ। କିଛି ଜିନିଶ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା। ସେ ତ ମଧ୍ୟ ସ୍ଥାନ। ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ। ଆନ ଦିଗରେ ଆତଯାତ କରିବା ସହଜ ନୁହଇ। କେମନ୍ତେ ସେ ବାଟ ଗତାଗତ ହେବା ମହାଜନମାନେ ବସି ବିଚାର କଲେ, ଚାଲ କ୍ଷେତ୍ରପାଳ ସଙ୍ଗେ ଆମ୍ଭେ ପ୍ରୀତି କରିବା, ନୋହିଲେ ଚଳି ପାରିବା ନାହିଁ।
ବ୍ରଜନାଥ ବଡ଼ଜେନା ( ମତାମତ ଦିଅନ୍ତୁ →
ଫ୍ରାନ୍ସ୍ ଦେଶର ରାଜଧାନୀ ପାରିସ୍। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି।
ସଞ୍ଜ ବୁଡ଼ି ଆସୁଛି। ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି।
ଚିତ୍ତରଞ୍ଜନ ଦାସ ( ମତାମତ ଦିଅନ୍ତୁ →
ଏମିତି ଗୋଟିଏ ଭଙ୍ଗାକାଚ ବ୍ୟବସାୟୀର ଘର ସାମ୍ନାରେ ଅନେକ କାଚ ଶିଶି ବୋତଲକୁ ମୁଁ ଏକ ନିଝୁମ ସନ୍ଧ୍ୟାରେ ଦେଖିଥିଲି। ସହକାର ବୃକ୍ଷରେ ସେତେବେଳେ ପେଚକ ସୁମଧୁର ସ୍ୱରରେ ବସନ୍ତ ବିରହ ଗାଉଥିଲେ। ତୁମକୁ ମିଛ ମତେ ସତ ସେମାନେ କଥାବାର୍ତ୍ତା କରୁଥିଲେ, ମୁଁ ବେତାଲ ସାଧିନି ଯେ ପଶୁପକ୍ଷୀଙ୍କ କଥା ବୁଝିପାରିବି କିନ୍ତୁ ତମ ରାଣ ପାଠକେ, ମୁଁ ବୋତଲ ସାଧିଛି ତେଣୁ ତାଙ୍କ କଥା ବୁଝିପାରେଁ।
ସୁନୀଲ ମିଶ୍ର ( ମତାମତ ଦିଅନ୍ତୁ →
ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା। ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳ-କଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର। ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ।
କିଶୋରୀ ଚରଣ ଦାସ ( ମତାମତ ଦିଅନ୍ତୁ →
ଦେବଲୋକରେ ଅଫିସରମାନେ ନୂଆ ନୂଆ ଆଇନ୍କାନୁନ୍ ବିଷୟରେ କିଛି ଖବର ରଖିଲେ ନାହିଁ। ସେହି ମାନ୍ଧାତା ଅମଳର ଆଇନ୍କୁ ଧରି ଦେଶ ଶାସନ କଲେ। ଫଳରେ ଦେବଲୋକରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ହେଲାନାହିଁ।
ଏକଥା ଅନୁଭବ କଲା ପରେ-ରାଷ୍ଟ୍ରପତି ବିଷ୍ଣୁ ଉପାୟ ଚିନ୍ତା କଲେ। ଗଣେଶ ତାଙ୍କୁ ପରାମର୍ଶ ଦେଇ କହିଲେ-“ ଅଫିସରମାନଙ୍କର ଆଇନ-ଜ୍ଞାନ ପରୀକ୍ଷା କରିବା ପାଇଁ, ଥରେ ବିଭାଗୀୟ ପରୀକ୍ଷା ହେଉ। ପରୀକ୍ଷାରେ ଯେଉଁମାନେ ଶତକଡ଼ା ଷାଠିଏ ନମ୍ବରରୁ କମ୍ ରଖିବେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଉ।”
ହରେକୃଷ୍ଣ ଦାସ ( ମତାମତ ଦିଅନ୍ତୁ →
ଗୋଟିଏ ବାପର ଥିଲେ ତିନିପୁଅ। ସେମାନେ ସବୁ ବଡ଼ ହୋଇଗଲେ। ବାହାହେଲେ। ଘରକୁ ଆସିଲେ ତିନିବୋହୂ। ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ। କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର। ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା। ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ। ସୌଭାଗ୍ୟର କଥା ଯେ- ପରିବାରଟିରେ କୌଣସି ମନୋମାଳିନ୍ୟ ନଥିଲା।
ମହାପାତ୍ର ନୀଳମଣି ସାହୁ ( ମତାମତ ଦିଅନ୍ତୁ →
ଘରେ ଶାଶୂବୁଢ଼ୀ, ପୁଅ ଆଉ ବୋହୂ, ଘର ଗୋଟାକର କାମରୁ ଗୁରାଏ ଗୁରାଏ କାମ ବୋହୂ କରେ, ଅଳ୍ପ କାମ ଶାଶୂବୁଢ଼ୀ କରେ। ଶାଶୂବୁଢ଼ୀର ହାତ କାମ ବନ୍ଦ ହେଲେ, ମୁହଁ କାମ କରେ, ଅର୍ଥାତ୍ ବକରବକର ହେଉଥାଏ, ପାଟି ବନ୍ଦ ହୁଏନା।
ପୁଅ ବଜାରରେ ଥାଏ, ତା’ର ପାନ ଦୋକାନ, ଲୁଚା ଚୋରାରେ ଦେଶୀ ମଦ ବିକ୍ରି କରେ। ପୁଅ କିଛି ଘରକଥା ବୁଝେ ନାହିଁ, ଘରକୁ ଆସିଲେ ଖାଏ, ପିଏ, ଚାଲିଯାଏ। ରାତି ହେଲେ ଘରକୁ ଆସେ।
ପୁଲିନ୍ ବିହାରୀ ରାୟ ( ମତାମତ ଦିଅନ୍ତୁ →
ଫଗୁବାବୁ ଯେ ଦିନେ କ୍ଷମତାବାନ୍ ହୋଇଯିବେ ତାହା କେହି କେବେ ଅନୁମାନ କରି ନ ଥିବ। ଇତିହାସ ଏହିପରି କାହାକୁ ଉପରକୁ ଉଠାଏ, କାହାକୁ ବା ଅତଳାନ୍ତ ଖାତକୁ ଠେଲି ଫୋପାଡ଼ିଦିଏ। ହଠାତ୍ କେଉଁ ଏକ ଅଖ୍ୟାତ ଅଞ୍ଚଳରୁ ଠିଆ ହୋଇ ସେ ନିର୍ବାଚିତ ହେଲେ ଏବଂ ଦଳ ଭିତରେ ଷଣ୍ଢା ଷଣ୍ଢା ନେତାଙ୍କ କନ୍ଦଳ ହେତୁ ତାଙ୍କ କପାଳରେ ଶିକା ଛିଣ୍ଡିଗଲା। ଫଳରେ ‘ମିଡିଅମ୍ ଧୋତି ଆଉ ଇସ୍ତ୍ରିକରା ଅଧା କାମିଜ୍ର’ (ରମାକାନ୍ତ ରଥଙ୍କ ଲଣ୍ଡନ ଶୀର୍ଷକ କବିତା ଦ୍ରଷ୍ଟବ୍ୟ) ସେହି ଅତି ସାଧାରଣ ବ୍ୟକ୍ତିଙ୍କ ଉପରେ ଆଜି ମାଳମାଳ କୃପାପ୍ରାର୍ଥୀ କରଯୋଡ଼ି ଛିଡ଼ା ହୋଇଛନ୍ତି।
ଚୌଧୁରୀ ହେମକାନ୍ତ ମିଶ୍ର ( ମତାମତ ଦିଅନ୍ତୁ →
ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ। କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି। ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି। ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ। ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି।
ମୃତ୍ୟୁଞ୍ଜୟ ରଥ ( ମତାମତ ଦିଅନ୍ତୁ →
ଗତ କେକେମାସ ହେଲା, ଏ ମଜଲିସ୍ ବନ୍ଦ ବନ୍ଦ ଥିଲା। କାରଣ ଏ ମଜଲିସ୍ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ। ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ। ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା।
ଡ.ହରେକୃଷ୍ଣ ମହତାବ ( ମତାମତ ଦିଅନ୍ତୁ →