ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ରାଧାନାଥ ରାୟ

ଓଡ଼ିଆ ସାହିତ୍ୟରେ କବିବର ନାମରେ ପରିଚିତ ରାଧାନାଥ ରାୟ(୧୮୪୮-୧୯୦୮) ନିଜର ସ୍ବତନ୍ତ୍ର ଶୈଳୀର କାବ୍ୟ ରଚନା ପାଇଁ ପରିଚିତ ଥିଲେ। ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ କାବ୍ୟ କବିତ ରଚନା କରିଥିବା ରାଧାନାଥ ପ୍ରକୃତିକୁ ଭଲ ପାଉଥିବା ଜଣେ କବି ଥିଲେ। ତେଣୁ ତାଙ୍କୁ ପ୍ରକୃତି କବି ବୋଲି ମଧ୍ୟ କୁହାଯାଇଥାଏ।

ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରାକୃତିକ ବର୍ଣ୍ଣନା ତାଙ୍କ କାବ୍ୟକବିତାର ଏକ ପ୍ରମୁଖ ଆକର୍ଷଣ ଥିଲା। ତାଙ୍କର କବିତାଗ୍ରନ୍ଥ ମଧ୍ୟରେ ‘ମେଘଦୂତ’, ‘ମହାଯାତ୍ରା’, ‘ଚିଲିକା’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ବରୀ’ ଅନ୍ୟତମ। ୧୮୭୩ରେ ପ୍ରକାଶିତ ‘ବିବେକୀ’ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି ଏବଂ ଏହା ଏକ ଦୀର୍ଘ ପ୍ରବନ୍ଧ ତଥା ପ୍ରଥମ ଓଡ଼ିଆ ପ୍ରବନ୍ଧ।

ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ସେ ୧୮୭୩ ମସିହାରେ ‘ଇତାଲୀୟ ଯୁବା’ ନାମକ ଏକ ବିଦେଶୀ ଗଳ୍ପର ରୂପାନ୍ତର କରିଥିଲେ। ସେ ‘ଭ୍ରମଣକାରୀ ପତ୍ର’ ନାମକ ଏକ ଭ୍ରମଣ ବୃତ୍ତାନ୍ତ ମଧ୍ୟ ରଚନା କରିଥିଲେ।

ବର୍ଷା

ପ୍ରସ୍ରବଣ-ଶଇଳେ କଲେ ବସତି ସୌମିତ୍ରି ସଙ୍ଗେ ପ୍ରଭୁ ରାଘବପତି; ବହଇ ଗୋଦାବରୀ ସେ ଗିରିପାଦେ ଶିଳା ବନ୍ଧୁର ଶେଯେ ଝର୍ଝରନାଦେ ।୧।

ଚିଲିକା

ଉତ୍କଳ-କମଳା ବିଳାସ-ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର ଉତ୍କଳ-ଭୁବନେ ଶୋଭାର ଭଣ୍ଡାର; ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ ଦିଗନ୍ତ-ବିସ୍ତାରୀ ତୋର ବାରିରାଶି, ପ୍ରସନ୍ନ ବଦନୀ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP