ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଯା’ ଯା’ରେ ଜୀବପକ୍ଷୀ
ଉଡ଼ିଯା’ ଉଡ଼ିଯା’
ହାଉଲେ, ହାଉଲେ ନୁହେଁ
ଡେଣା ତେନ୍ତାରୀ ଉଡ଼ିଯା’।
କାହିଁ ଦୂର ଆକାଶରେ
ଆଲୁଅ ନଥିବା ଦୂର ଆକାଶରେ
ଆଖି ପାଉନି ଜାଣିପାରୁଛି
ଗୋଟିଏ ଜୀବବୃକ୍ଷ ଘୂରି ବୁଲୁଛି
କ’ଣ ତାର ନାଁ?
ଯା’, ସେଠିକି ଉଡ଼ି ଯା’
କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ। ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନଥିଲେ। ସେ ଶର ବିନ୍ଧିଲେ ମତ୍ତ ହସ୍ତୀ ପ୍ରାଣ ହରଇ। ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ। ସେ ବାଟରେ ଯିବା ଆସିବା ମହାଜନମାନଙ୍କଠାରୁ ଧନରତ୍ନ ଲୁଟ କରି ନେଇ ରାଜା ସମାନ ସମ୍ପଦ କରିଥାଇ। ପାଞ୍ଚଶ ଲୋକ ଯାଉଥିଲେ ମୃଗ ପଲରେ ସିଂହ ପଶି ମନ୍ଥିଲା ପରି ଲୁଟ କରଇ। ଏରୂପେ ଅନ୍ୟାୟ କରିବାରୁ ସେ ପଥ ନଚଳିଲା। ବାଣିଜ୍ୟ ନଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ। କିଛି ଜିନିଶ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା। ସେ ତ ମଧ୍ୟ ସ୍ଥାନ। ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ। ଆନ ଦିଗରେ ଆତଯାତ କରିବା ସହଜ ନୁହଇ। କେମନ୍ତେ ସେ ବାଟ ଗତାଗତ ହେବା ମହାଜନମାନେ ବସି ବିଚାର କଲେ, ଚାଲ କ୍ଷେତ୍ରପାଳ ସଙ୍ଗେ ଆମ୍ଭେ ପ୍ରୀତି କରିବା, ନୋହିଲେ ଚଳି ପାରିବା ନାହିଁ।
ମାଟିର ପ୍ରଦୀପ ଯେବେ ଲିଭି ଆସେ ଗହନ ରାତିରେ
କ୍ଷୀଣ କ୍ଷୀଣତର ହୋଇ ସବୁ ଜହ୍ନ ଲୁଚିଯାଏ ଧୀରେ
କେତେ କଥା ଭୁଲି ହୁଏ ସେହିଭଳି ତୁମ ଗାଁ ଛୁଇଁଲେ
ଭୁଲି ହୁଏ ଅକାତରେ ତୁମ ଗାଁ ନଈ ପାରି ହେଲେ।
ସାହିତ୍ୟ ଜଗତ ଖବର
ପୁସ୍ତକ ସମୀକ୍ଷା
ଗଳ୍ପ ଓ ପ୍ରବନ୍ଧ
କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର| ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ ଅଧିନସ୍ଥ ହୋଇସାରିଥିଲା|
କ୍ରମେ ସବିଶେଷ →
ଦିବସରେ କ’ଣ ସବୁ ପୁରସ୍କାର ପାଇଲେ ମାସେ ପରେ ତାଙ୍କ ଲମ୍ବା ଦାଢ଼ୀ ଦେଖି ସମସ୍ତେ କହିଲେ, ଗୋପବନ୍ଧୁ ଆସିଲେ ପ୍ରଶାନ୍ତଙ୍କୁ ଦେଖି ଯେତିକି ଦୁଃଖ ଲାଗୁଥିଲା, ସେତିକି ଖୁସି ବି ଲାଗୁଥିଲା ସୁନନ୍ଦାଙ୍କୁ ଯାହା ହେଉ ସତରେ ସୌଭାଗ୍ୟ
କ୍ରମେ ସବିଶେଷ →
ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ
କ୍ରମେ ସବିଶେଷ →
କାବ୍ୟ ଓ କବିତା
ପୁସ୍ତକ ପରିଚୟ
ଲେଖିକା: ରୀତାରାଣୀ ମହାପାତ୍ର
ପ୍ରକାଶକ: ରଞ୍ଜନ କୁମାର ମହାପାତ୍ର, ରାଉରକେଲା
ମୂଲ୍ୟ : ୬୦ଟଙ୍କା
ପୃଷ୍ଠା : ୪୪
ଲେଖିକା,
କ୍ରମେ ସବିଶେଷ →