ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଦୀନକୃଷ୍ଣ ଦାସ

ଭକ୍ତକବି ଦୀନକୃଷ୍ଣ ଦାସ ଜଣେ ମଧ୍ୟଯୁଗୀୟ କବିଭାବେ ପରିଚିତ ଥିଲେ। ବିଶେଷ କରି ଭକ୍ତି ରସାତ୍ମକ ରଚନାରେ ସେ ସିଦ୍ଧହସ୍ତ ଥିଲେ। କୃଷ୍ଣଲୀଳାତ୍ମକ ବହୁ ଚଉତିଶା, ବିବିଧ ଚୌପଦୀ, ଭକ୍ତିଭାବାଶ୍ରୟୀ ବହୁ ଜଣାଣ ଭଜନ, ଶ୍ରୀଜଗନ୍ନାଥଙ୍କ ଚନ୍ଦନ, ଝୁଲଣ ପ୍ରଭୃତି ବିଭିନ୍ନ ପର୍ବ ଉପଲକ୍ଷେ ବହୁ ଗୀତିକା ଓ ପୌରାଣିକ ତଥା କାଳ୍ପନିକ ବିଷୟ ସମ୍ବଳିତ ବହୁ ଆଖ୍ୟାନ ଗୀତିକା ରଚନା କରିଥିଲେ।

ତାଙ୍କ ରଚିତ ବିଭିନ୍ନ ଗ୍ରନ୍ଥ ମଧ୍ୟରେ ‘ରସ କଲ୍ଲୋଳ’, ‘ଜଗମୋହନ ଛାନ୍ଦ’, ‘ଚଉତିଶା ଭୂଷଣ’, ‘ଚଉତିଶା ମଧୁଚକ୍ର’, ‘ରସ ବିନୋଦ’, ‘କମଳକାନ୍ତ ଚଉତିଶା’, ‘ଅଳଙ୍କାର ବୋଲି’, ‘ପ୍ରସ୍ତାବ ସିନ୍ଧୁ’, ‘ଭୂତକେଳି’ ଆଦି ଅନ୍ୟତମ।

ପ୍ରକୃତିର ଶୋଭା ବର୍ଣ୍ଣନା ଓ ପ୍ରଭୁ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା ସମ୍ପର୍କୀତ ତାଙ୍କ ରଚନାଗୁଡ଼ିକ ବେଶ୍‌ ଲୋକପ୍ରିୟ। କବିଙ୍କ ଲେଖାରେ ଓଡ଼ିଶାର ଲୋକ ପ୍ରଚଳିତ ଶବ୍ଦାବଳୀ ଏକ ଅପୂର୍ବ ଓ ନୂତନ ଦୀପ୍ତିରେ ଉଦ୍ଭାସିତ ହେବା ସହିତ ନୂତନ ଭାବ ରସରେ ସଞ୍ଜୀବିତ ହୋଇ ପାରିଥିଲା। ଅନେକ ଅଭାବ, ଅସୁବିଧା ଏବଂ ଶାରିରୀକ ଅସୁସ୍ଥତା ସତ୍ତ୍ୱେ ମଧ୍ୟ କବି ଦୀନକୃଷ୍ଣଙ୍କ ରଚିତ କବିତା ଓ କାବ୍ୟଗୁଡ଼ିକ ସ୍ୱତନ୍ତ୍ର ମାନ୍ୟତା ପାଇପାରିଛି।

ରସ କଲ୍ଲୋଳ

କ୍ରମେ ପ୍ରବେଶ ହୋଇଲା ଶରଦ। କମଳଧରେ ଦିଶିଲେ ବିଷଦ॥ କୃପଣ ହୋଇଲେ ଅମୃତଦାନେ। କେବଳ ଉଦୟ ହେଲେ ଗର୍ଜନେ॥

ଜଣାଣ

ମୁଁ ଯେ ଭାଷୁଛି, ଦିବ୍ୟଚିତ୍ତକୁ କେମନ୍ତ ଆସୁଛି। ବାଞ୍ଛାନିଧିଙ୍କି ବିକି ହେଲା ଉତ୍ତାରୁ ଅଦୃଷ୍ଟ ଦୃଷ୍ଟତ ନାଶୁଛି। ।ପଦ।

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP