ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ବ୍ରଜନାଥ ବଡ଼ଜେନା

ବ୍ରଜନାଥ ବଡ଼ଜେନା(୧୭୩୦-୧୭୯୫) ତାଙ୍କ ସମୟର ଜଣେ ପ୍ରଭାବଶାଳୀ ଲେଖକ, ଚିତ୍ରକର ଓ ଶିଳ୍ପୀ ଥିଲେ। ତାଙ୍କର ସଂସ୍କୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଭାଷାରେ ପାଣ୍ଡିତ୍ୟ ଥିଲା। ତାଳପତ୍ର, କାଗଜ, କାଠପଟା ଓ ଅଭ୍ର ଆଦିରେ ଚିତ୍ରାଙ୍କନ ଏବଂ ମୂର୍ତ୍ତି ନିର୍ମାଣରେ ସେ ସୁଦକ୍ଷ ଥିଲେ।

୧୭୫୫ ରୁ ୧୭୭୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ‘ବିଚକ୍ଷଣ’, ‘କେଳି କଳନିଧି’, ‘ତ୍ରିଭୁବନ ସୁନ୍ଦରୀ’ ସହିତ ବିଭିନ୍ନ ଚଉପଦୀ- ‘ଚଣ୍ଡିମାଳଶ୍ରୀ’, ‘କୃଷ୍ଣଲୀଳା’, ‘ଗୋପୀ ବିଳାସ’, ‘ଅମ୍ବିକା ବିଳାସ’ ଆଦି ଗ୍ରନ୍ଥ ରଚନା କରିଥିଲେ। ସେ ତାଙ୍କ ଜୀବନର ଶେଷ ଭାଗରେ ‘ସମରତରଙ୍ଗ’, ‘ରାଜସଭା’ ସହିତ ହିନ୍ଦୀରେ ‘ଗୁଣ୍ଡିଚାବିଜେ’ ଆଦି ରଚନା କରିଥିଲେ।

ବିଭିନ୍ନ ସଂସ୍କୃତ ଗ୍ରନ୍ଥ ଆଧାରରେ ତାଙ୍କ ରଚିତ ‘ହାସବିନୋଦ’, ‘ରସବିନୋଦ’, ‘ନୀତିବିନୋଦ’ ଓ ‘ପ୍ରୀତିବିନୋଦ’ ର ସମାବେଶରେ ‘ଚତୁର ବିନୋଦ’ ନାମକ ଏକ ନୀତି ଓ ଉପଦେଶାତ୍ମକ ଗ୍ରନ୍ଥ ରଚନା କରିଥିଲେ। ଚତୁର ବିନୋଦର ରଚନା ଶୈଳୀ ଓ ଭାଷାର ସରଳତା ଯୋଗୁଁ ଏହା ଓଡ଼ିଆ ଭାଷାରେ ଏକ ଅଦ୍ୱିତୀୟ ଗ୍ରନ୍ଥ।

ଦଶ ପୋଈ

ତୁ ତ ନୋହୁ ନିଶାକର ଅଟୁ ଦିନକର ଯେଣୁ ଦୀନ କରୁଅଛୁ ମୋତେ ମିତ୍ରୋଦୟେ ହୋଏ ମ୍ଳାନ କୁମୁଦେ ପ୍ରସନ୍ନ କଳଙ୍କୀ ହୋଇଲୁ ସର୍ବ ମତେ॥

ଶ୍ୟାମ ରାସୋତ୍ସବ

ଶିଶୁ କୁରଙ୍ଗି ନେତ୍ରୀମାନଙ୍କୁ ଚାହିଁ ଶିଖି-ଶିଖଣ୍ଡ-ଚୂଳ ଆନନ୍ଦ ହୋଇ ଯେ ଶାନ୍ତ ଭାବେ କହନ୍ତି, କି କାର୍ଯ୍ୟ ପାଇଁ ଶର୍ବରୀକାଳେ ସର୍ବେ ଆସିଲ ଧାଇଁ ଗୋ॥

ସମର ତରଙ୍ଗ

ସାରା ଫଉଜ ହେଲେ ତିଆର ମୁସଦି ମୁଷା ହେଲେ ବାହାର ପାଗାସୁଆର କି ସରଦାର କି ଜମାଦାର ଯେ ଯେ ଯାହା ମୂରାତବ ସମ୍ଭାର

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP