ଜୟ ଜୟ ହରି ହର
ମୋର ଦର ହର ହେ
ରଖିତ ଶରଣାଗତ ଆଶ୍ରିତ ଦୀନ ପତିତ
ଜନର ସୁଖାନନ୍ଦ ଭଣ୍ଡାର ହେ। ।ଘୋଷା।
ପାର୍ବତୀ ବର ଆକାଶ ବସ୍ତୁ ଚୋର ଅମ୍ବର
ମୟୁର ପୁଚ୍ଛ ମଣ୍ଡନ ଶ୍ରୀମନ୍ତ ସୁନ୍ଦର ହେ
ସର୍ବ ଭୂତପତି ବିଶ୍ୱ ଈଶାନ ଈଶ୍ୱର
ତ୍ରିପୁର ଶୁର ଉତ୍ତେଜି ଦର୍ପ ନାଶ କର ହେ
ବିଭୁତି ମଣ୍ଡନା କମଳାବର
ଜନ୍ତୁପତି ମହା ଦୁର୍ଗତି ହର ହେ॥୧॥
ପୂଣ୍ୟଜନେ ବରଦାତା ମାୟା ଶକ୍ତିବନ୍ତ
ସୁନ୍ଦର ନୟନା ନନ୍ଦନ ଅବ୍ୟୟ ଅଚ୍ୟୁତ ହେ
ଶୃଙ୍ଗି କଳତ୍ର ପିନାକଙ୍କର ମନୋହର
ପଶୁପତି ବିନାୟକ ଶମ୍ଭୁ ଗଙ୍ଗାଧର ହେ।
ଦକ୍ଷ ବିପକ୍ଷ ଲକ୍ଷଣ ବିସ୍ତାର
ନବ କାଳିକା ଅଙ୍ଗ ଅଙ୍ଗକାର ହେ॥୨॥
ଗରଳ ଆହାର କରି ଯେବେ କଲା ପାର
କରି ତ୍ରାଣ ଅରି ପ୍ରିୟ ଜନକ ବୋଧକ
ଅଗ ଗବ ଆକର୍ଣ୍ଣକ ଚାରୁ କୁଞ୍ଜ ଦୁକ ହେ।
ଭାବେ କାମଦେବ ଭୀମ ଶ୍ରୀହର
କି ଦିଗ କ ଖ ବିକାର କେ ବିର ହେ॥୩॥
ଆଦ୍ୟ ଓ ମଧ୍ୟ ରହିତ ମହିମା ଅନନ୍ତ
ବୃନ୍ଦାରକ କୁଳ ବୃନ୍ଦ୍ୟ କଳ୍ପତରୁ ସତ ହେ
କିପରି ତୁମ୍ଭେ ପତିତ ଜନକୁ ଉଦ୍ଧାର ହେ।
ଅମର ବରନୀ ପଦ୍ମ ପୟର
ଶରଣ ମନ୍ଦିର ଅଭିମନ୍ୟୁର ହେ॥୪॥
-୦-
ଉକ୍ତ କବିତାଟି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, କୀଡ଼ା ଓ ସଂସ୍କୃତି ନିର୍ଦ୍ଦେଶାଳୟ ଦ୍ୱାରା ୧୯୮୧ ମସିହାରେ ପ୍ରକାଶିତ ତଥା ଗୌରୀ କୁମାର ବ୍ରହ୍ମାଙ୍କ ଦ୍ୱାରା ସମ୍ପାଦିତ ‘ଅଭିମନ୍ୟୁ ସାମନ୍ତସିଂହାର ଗ୍ରନ୍ଥାବଳୀ ଭାଗ-୨’ର ଅଭିମନ୍ୟୁଙ୍କ କ୍ଷୁଦ୍ର ରଚନା ବିଭାଗରୁ ସଂଗୃହୀତ।