ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସ୍ୱାଗତ ଭାରତ ସ୍ୱର୍ଣ୍ଣ-ବୀଣାପାଣି,
ବାଣୀ ବିଶ୍ୱରାଣୀ ବିଦ୍ୟା-ଠାକୁରାଣୀ।
କର ମା କୃତାର୍ଥ ଜ୍ଞାନ-ରତ୍ନ ଦାନେ,
ଚିହ୍ନିବି ତୁମ୍ଭଙ୍କୁ ତବ ଦତ୍ତ ଜ୍ଞାନେ।

ଦିଅ ଦେବୀ, ଦିବ୍ୟ ଅଚର୍ମ ନୟନ,
ତବ ସୌମ୍ୟ ମୂର୍ତ୍ତି କରିବି ଦର୍ଶନ।
ଦିଅ ନିଷ୍ଠା, ମନ ତବ ପାଦେ ଖଟୁ,
ଦିଅ ହସ୍ତ ତବ ପୁଣ୍ୟ-ପୂଜା-ପଟୁ।

ଦିଅ ଜିହ୍ୱା ରଟୁ ତବ ଗୁଣାବଳୀ,
ପୟରେ କିଙ୍କର କରେ ଏହି ଅଳି।
ଦୀନହୀନ ମୁହିଁ ଅତୀବ ଦୁର୍ବଳ,
ସମ୍ବଳ କେବଳ ତୋ ପାଦ-କମଳ।

ଉଷ୍ଟ, ଶବ୍ଦ ବାରେ ନ ପାରି ଉଚ୍ଚାରି,
ଗଲା ଯା ରସନା ଶ୍ରମେ ଖିଲିମାରି,
ସେହି ନିଦା ମୂର୍ଖ ଅଣଅନୁଭବୀ,
ହେଲା ତୋହୁ ବରେ କବିକୁଳେ ରବି।

ରୋପିଗଲା ଭବେ କୀର୍ତ୍ତି କଳ୍ପଦ୍ରୁମ,
ଫୁଟେ ତହିଁ ଫୁଲ ହୀରକ, ବିଦ୍ରୁମ।
ଧାଇଁଛି ମୁଁ ତହୁଁ କୃପାଭିକ୍ଷା ଆଶେ,
ତୃଷାଳୁ ଯେସନ ଧାଏଁ ବାରି ପାଶେ।

ପୂରାଅ କାମନା କରି ଅନୁଗ୍ରହ,
ଜଣାଉଛି ବହି ବ୍ୟାକୁଳ ଆଗ୍ରହ।
ମାତୃସ୍ନେହେ ମାତଃ ଅର୍ପ କୃପା-ତରୀ
କଳ୍ପନା-ସାଗରେ ଖେଳିବି ବିଚରି।

ସୁସାଧନା-ମଠେ ପ୍ରବେଶାଅ ତବେ,
ମଣ୍ଡିଦିଅ ପ୍ରାଣ ସାଫଲ୍ୟ-ଗୌରବେ।
ଜ୍ୟୋତି-ଜଳେ ଧୋଇ ମୋ ଜଡ଼ତା ମସୀ,
ଦେଖାଅ ସମ୍ମୁଖେ ଆଦର୍ଶ ଆରଶି।
-୦-
ଉକ୍ତ କବିତାଟି କବିଶେଖର ଚିନ୍ତାମଣି ମହାନ୍ତିଙ୍କ ରଚିତ ‘ମହୋଦଧି’ କାବ୍ୟର ପ୍ରଥମ ସର୍ଗର ଏକ ଅଂଶ। ଏହି କବିତାଟି ୧୯୩୮ ମସିହାରେ ଉପେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରକାଶିତ କବିଙ୍କ ବିଭିନ୍ନ ରଚନା ସମ୍ବଳିତ ‘ଚିନ୍ତାମଣି ମହାନ୍ତି ଗ୍ରନ୍ଥାବଳୀ-ପ୍ରଥମ ଖଣ୍ଡ’ର କବିତା ବିଭାଗରୁ ସଂଗୃହୀତ।

ପାଠକୀୟ ଆଦୃତି

୫ ଦୃଷ୍ଟି ଆକର୍ଷଣ
୦ ମତାମତ ସଂଖ୍ୟା

ତୁଣ୍ଡ ବାଇଦ

-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP