ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଚାକୁଣ୍ଡା ବୁଣିଲେ ଉଠଇ ନାହିଁ

ରାଜା ବିନାୟକ ଯଦୁମଣିଙ୍କୁ ଜମି ଖଣ୍ଡିଏ ନିଷ୍କରରେ ଦେବାକୁ ରାଜ କଚେରିର ବେବର୍ତ୍ତା ପଟ୍ଟନାୟକଙ୍କୁ ଆଦେଶ ଦେଲେ। ଦିନ ପରେ ଦିନ ଅତିବାହିତ ହେଲା। ଯଦୁମଣି ଜମି ପାଇବା ଲାଳସାରେ ବେବର୍ତ୍ତାଙ୍କୁ ପାଞ୍ଚ ଦଶଥର ଜଣାଇଲେ। ଏପରି ଭାବରେ ବର୍ଷଟିଏ ଚାଲିଗଲା। ଶେଷକୁ ସେ ରାଜାଙ୍କୁ ଜଣେଇବେ ବୋଲି କହିବାରୁ ବେବର୍ତ୍ତା ଅତି ନିକୃଷ୍ଟ ଢିପ ଜମି ଖଣ୍ଡିଏ ଲେଖିଦେଲେ।

ଜମି ଦେଖିବାକୁ ଯାଇ ଯଦୁମଣି ହତାଶ ହୋଇ ଫେରିଲେ। ଯେଉଁ ଜମି ତାଙ୍କୁ ଦିଆଯାଇଥିଲା, ତାହା ବହୁକାଳରୁ ପତିତ ହୋଇ ପଡ଼ିଥିଲା। ସେଥିରେ କୋଡ଼ିଏ ପଚିଶ ବର୍ଷ ଧରି କେହି ଫସଲ କରି ନ ଥିଲେ। ବହୁକାଳ ପୂର୍ବେ କନ୍ଧ କେତେ ଘର, ତାହା ଫସଲ ଲାଗି ତିଆରି କରି ଫସଲ ନ ହେବାରୁ ଛାଡ଼ି ପଳାଇଥିଲେ।

ଯଦୁମଣି ଗୋଟାଏ କିଏ? ତାକୁ ପୁଣି ଜମି ନିଷ୍କର ଜାଗିରିରେ ଦିଆଯିବ, ଏହା ବେବର୍ତ୍ତା ପଟ୍ଟନାୟକ ଏକା ନୁହନ୍ତି, ରାଜ କର୍ମଚାରୀ କେହି ଜଣେ ହେଲେ ସହିପାରିଲେ ନାହିଁ। ତେଣୁ ‘ସାପ ନ ମରୁ ବାଡ଼ି ନ ଭାଙ୍ଗୁ’ ରୀତିରେ ତାଙ୍କୁ ଜମି ଖଣ୍ଡିକର ଲେଖା ଦିଆଗଲା।

ଦାରିଦ୍ର୍ୟ ନିପୀଡ଼ିତ ଯଦୁମଣି ସେ ଜମି ବା ନେଇ କ’ଣ କରିବେ? ତେଣୁ ସେ ଏକାନ୍ତ ଅସନ୍ତୁଷ୍ଟ ହୋଇ ରାଜାଙ୍କୁ ଲେଖି ଗୋଟିଏ କବିତାରେ ଜଣେଇଲେ :

ଦେଉ ଆଜ୍ଞା ହେଲେ ହରଷେ
କରଣ ତା’ କଲେ ବରଷେ
ବାଛି ବାଛି କରି ଦେଲେ ପଡ଼ିଆ
ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ
ଏମନ୍ତ ସେ ଭୂଇଁ
ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।

ରାଜା ଏ କବିତା ପାଠକରି କ୍ରୋଧରେ ଅଜ୍ଞାନ ହୋଇ ବେବର୍ତ୍ତାଙ୍କୁ ଡକାଇ ତିରସ୍କାର କରିବାରୁ, ତୁରନ୍ତ ଉତ୍କୃଷ୍ଟ ବାହଲମଡ଼ା ଭୂସମ୍ପତ୍ତି ଖଣ୍ଡିଏ ଉକ୍ତ ଢିପ ଜମି ବଦଳରେ ତାଙ୍କୁ ଦିଆଗଲା। ଅନ୍ୟ ପକ୍ଷରେ ବେବର୍ତ୍ତା ଏହି ଘଟଣାରେ ଦୀର୍ଘ ତିନି ମାସ ଧରି ଛାମୁ ମନା ହୋଇ ରହିଲେ।
-୦-

ପାଠକୀୟ ଆଦୃତି

326 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ଯଦୁମଣି ମହାପାତ୍ର

ହାସ୍ୟରସ କବି ଭାବେ ପରିଚିତ ଯଦୁମଣି ମହାପାତ୍ର(୧୭୮୧-୧୮୬୬) ଗଞ୍ଜାମ ଜିଲ୍ଲାର ଆଠଗଡ଼ଠାରେ ଜନ୍ମ ହୋଇଥିଲେ ମଧ୍ୟ ପରେ ଆଜିର ନୟାଗଡ଼ ଜିଲ୍ଲାରେ ବସବାସ କରୁଥିଲେ। ଜଣେ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ, ବିଚକ୍ଷଣ ଓ ଆଶୁକବି ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ।

ତାଙ୍କର ରଚନା ମଧ୍ୟରେ ‘ଯଦୁମଣି ରହସ୍ୟ’, ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓ ‘ରାଘବ ବିଳାସ’ ଆଦି ଅନ୍ୟତମ। ଏହା ବ୍ୟତୀତ ସେ କେତେକ ଚଉପଦି ଓ ଭଜନ ମଧ୍ୟ ରଚନା କରିଥିଲେ। ତାଙ୍କ ରଚନାରେ ଅଭିମନ୍ୟୁ ସାମନ୍ତସିଂହାର ଓ ଉପେନ୍ଦ୍ର ଭଞ୍ଜଙ୍କ ରଚନାର ପ୍ରଭାବ ଦେଖିବାକୁ ମିଳେ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଅନ୍ଧାରୁଆ

ବେକରେ ହାଡ଼ ବାନ୍ଧିଲା। ଦାନ୍ତରେ ତିରଣ ଦେଲା। ଜିଭ ଥାଉ ଥାଉ ଖନା ହୋଇ ପହଲି ପଧାନ ବାରଦୁଆର ଶୁଣ୍ଢିପିଣ୍ଡା ବୁଲି ଖପରା ପତେଇଲା।

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP