ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସ୍ମୃତି ସାନ୍ତନା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ

ରାଉରକେଲା ସହରର ଗୋପବନ୍ଧୁ ପାଠାଗାର ସଭାଗୃହରେ ଭୁବନେଶ୍ୱରରୁ ପ୍ରକାଶିତ ତ୍ରୟମାସିକ ସାହିତ୍ୟ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ସ୍ୱନକ୍ଷତ୍ର ତଥା ପୂଜା ସଂଖ୍ୟା ଉନ୍ମୋଚନ ସହିତ ଏକ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସାନ୍ତ୍ୱନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସଂସଦର ପରିଚାଳନା ସମ୍ପାଦିକା ଓ ପତ୍ରିକାର ସମ୍ପାଦିକା ତଥା ସାହିତ୍ୟିକା ସବିତା ରାଣି ବେହେରାଙ୍କ ଆବାହକତ୍ୱରେ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ରାଜୀବ ପାଣି ଯୋଗଦେଇ ସମାଜ ଓ ବ୍ୟକ୍ତି ମଧ୍ୟରେ ଏକ ସେତୁ ହେଉଛି ସାହିତ୍ୟ ବୋଲି କହିଥିଲେ। ସେହିଭଳି ସମାଜକୁ ସତ୍ୟ, ସୁନ୍ଦର ଓ ମଙ୍ଗଳମୟ କରିବା ପାଇଁ ସାହିତ୍ୟିକମାନେ ହେଉଛନ୍ତି ଜଣେ ଜଣେ ଦିଗ୍‌ଦ୍ରଷ୍ଟା ବୋଲି ଶ୍ରୀ ପାଣି କହିବା ସହିତ ସାମ୍ପ୍ରତିକ ସମୟରେ ବଦଳୁଥିବା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ସାହିତ୍ୟ ଓ ସାହିତ୍ୟିକମାନେ ତାଳ ଦେଇ ଚାଲିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସଂସଦର ପ୍ରତିଷ୍ଠାତ୍ରୀ ତଥା ପତ୍ରିକାର ସମ୍ପାଦିକା ଶ୍ରୀମତୀ ବେହେରା ନିଜ ବକ୍ତବ୍ୟରେ ଗତ ୧୬ ବର୍ଷ ଧରି ନାରୀ ଚେତନାର ଅନ୍ତସ୍ୱରଭାବେ ପ୍ରକାଶିତ ସ୍ମୃତି ସାନ୍ତ୍ୱନା ପତ୍ରିକା ଓ ସାହିତ୍ୟ ସଂସଦର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୁଚନା ଦେଇଥିଲେ। ଏହି ଅବସରରେ ରାଉରକେଲା ସହରର ବରିଷ୍ଠ ଓ ପରିଚିତ ସାହିତ୍ୟିକ ଓ ସାହିତ୍ୟିକାଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ମହାପାତ୍ର, ଡାକ୍ତର ଗୀତାଞ୍ଜଳି ପତ୍ରୀ, ଡ. କିଶୋରୀ ଦାଶ, ମଞ୍ଜୁଳା କୁମାରୀ ରଥ, ରଶ୍ମିବାଳା ରାଉତରାୟ, ବାସନ୍ତୀ ଦାସ, କନକଲତା ମିଶ୍ରଙ୍କ ସମେତ କିଶୋରୀ ମୋହନ କର ଏବଂ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖଙ୍କୁ ସାରସ୍ୱତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାମାନେ ଏହି ଅବସରରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସ୍ମୃତି ସାନ୍ତନା ସାହିତ୍ୟ ସଂସଦ ଏବଂ ଶ୍ରୀମତୀ ବେହେରାଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଉଥିବା ସାରସ୍ୱତ କାର୍ଯ୍ୟ ସହିତ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଉଦ୍ୟମକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ବିଭିନ୍ନ ବର୍ଗର କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଲେଖିକା ନିରୁପମା ପତି କରିଥିଲାବେଳେ ସଙ୍ଗଠକ ଲକ୍ଷ୍ମଣ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ।

ପାଠକୀୟ ଆଦୃତି

25 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଆଉ କେତୋଟି ସଂଗ୍ରହ

ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସାରସ୍ୱତ କାର୍ଯ୍ୟକ୍ରମ ଓ ଶାରଦୀୟ ପତ୍ରିକା…

-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP