ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ,
ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ,
ସବୁଥିରୁ କରି ନିଃସ୍ବ
ଶିଖାଇ ଦେଇଛ ଆପଣାର ବୋଲି
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ( ମତାମତ - 1ଟା )
ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼, ଫୁଟିଥିଲା ଫୁଲ ସଙ୍ଗେ ସରି କିବା ହେବ କେବେ ଫୁଲକଢ଼ ! ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି ଆଉ ନ ପାରିବ ବଢ଼ି, ଫୁଟିଲା ଫୁଲ କି ଫୁଟେ ଆଉ…
କୁନ୍ତଳା କୁମାରୀ ସାବତ ( ମତାମତ - 2ଟି )
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ,…
ଗୋଦାବରୀଶ ମହାପାତ୍ର ( ମତାମତ - 2ଟି )
ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି ଖୋଜିଲି ଅରଣ୍ୟେ ଜନସମାଜରେ ଖୋଜିଲି ବାରିଧି ତଟ, ସର୍ବତ୍ର ଦେଖିଲି ମାତା ପଦଚିହ୍ନ ନ ହେଲା…
ମଧୁସୂଦନ ଦାସ ( ମତାମତ - 3ଟି )
ଶେଫାଳି ! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ; ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ ହସି ହସି ସତେ ଉଇଁଆସେ ଦୂର ଗଗନେ, ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି…
କୁନ୍ତଳା କୁମାରୀ ସାବତ ( ମତାମତ - 16ଟି )
(ରାଗ- ଆଷାଢ଼ ଶୁକ୍ଳ) ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ, ସରମା କଣ୍ଠିରବ ହେବ କାହୁଁ ଅଲକତ ଦ୍ରବ ନୟନେ ବୋଳି,…
କବିସୂର୍ଯ୍ୟ ବଳଦେବ ରଥ ( ମତାମତ - 35ଟି )
ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ବପନେ ଦେଖିଲା ପରାଏ ସନ୍ତରନ୍ତି…
ଉତ୍କଳମଣି ଗୋପବନ୍ଧୁ ଦାସ ( ମତାମତ - 16ଟି )
ଜୀବନପାତ୍ର ମୋ ଭରିଛ କେତେ ମତେ ନ ଦେଲେ କିଛି ବୋଲି କହିବି କି ହେ ଆଉ ? ଜୀବନ ପ୍ରିୟତମ ହରିଛ ମୋ ଭରମ ତରଣୀ ମୋର ତବ ସାଗରେ ବହିଯାଉ କୁଳର ଜନପ୍ରାଣୀ କେତେ ମିଳାଅ ଆଣି ନୟନ…
ବୈକୁଣ୍ଠନାଥ ପଟ୍ଟନାୟକ ( ମତାମତ - 2ଟି )
ରାଗ – ମରୁଆ, ଆଠତାଳି ଆଜ ଏ କି ଗୁମାନରେ (ଚନ୍ଦ୍ରାନନା) ଦେଖି ନାହିଁ ସ୍ବପନରେ ପଦ ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ- କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି! ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ, ରାଣ…
କବିସୂର୍ଯ୍ୟ ବଳଦେବ ରଥ ( ମତାମତ - 6ଟି )
ବନ୍ଦେ ଉତ୍କଳ ଜନନୀ ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ ବନ୍ଦେ ଉତ୍କଳ ଜନନୀ ପୂତ-ପୟୋଧି-ବିଧୌତ-ଶରୀରା, ତାଳତମାଳ-ସୁଶୋଭିତ-ତୀରା, ଶୁଭ୍ରତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ ଘନ ଘନ ବନଭୂମି ରାଜିତଅଙ୍ଗେ, ନୀଳ ଭୂଧରମାଳା…
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ( ମତାମତ - 24ଟି )