ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ନାରୀକେଳ-ଫଳ ଅଟେ କଠିନ ବାହାରେ,
ଅନାୟାସେ କିଏ ତାକୁ ଭାଙ୍ଗି ଅବା ପାରେ?

ମଧ୍ୟେ ଯାହା ଥାଏ ଧଳା ତାହା ଲାଗେ ମିଠା;
ଖାଲି ଖାନ୍ତି ଅବା କରି କ୍ଷୀରି, ପୁରୀ, ପିଠା।

ତାହାରି ଭିତରେ ଥାଏ ଯେ ନିର୍ମଳ ଜଳ,
ଲାଗଇ ମଧୁର କେଡ଼େ, କେସନ ଶୀତଳ।

ପଣସ ଫଳର ଦେହେ ବହୁ କଣ୍ଟା ଥାଏ,
ଭାଙ୍ଗିଲେ ଭିତର ଦିଶେ ସୂବର୍ଣ୍ଣ ପରାଏ।

ପଣସ ଫଳର ରସ ଅମୃତ ସମାନ,
ସକଳେ କରନ୍ତି ତାହା ଆନନ୍ଦରେ ପାନ।

ରସାଳ ଅଟଇ ସାର ଫଳମାନଙ୍କରେ,
ଦିଶଇ ସେ କେଡ଼େ ତୋରା ନାନା ବରଣରେ।

ବାହାର ଯେସନ, ଫଳ ଭିତରେ ତେସନ,
ପ୍ରାଣୀଏ କରନ୍ତି ତାହା ଆନନ୍ଦେ ଭୋଜନ।

ମହାକାଳ ଫଳ ଅଟେ ରୂପେ ମନୋହର,
ଭାଙ୍ଗିଲେ ଭିତର କଳା ଅତି ଅସୁନ୍ଦର।

ଭିତର ଯେପରି ତା’ର ଗୁଣଟି ସେପରି,
ଫିଙ୍ଗନ୍ତି ମାନବେ ଦୂରେ ଅନାଦର କରି।

ବାଳକ ବାଳିକା! ଶୁଣ ହୋଇ ସାବଧାନ,
ବାହାରେ ଭିତରେ ହୁଏ ରସାଳ ସମାନ।

ବାହାରେ ଭିତରେ ଯଦି ନୋହିବ ସେପରି,
ହୁଅ ନାରୀକେଳ ଅବା ପଣସର ସରି।

କଦାପି ନ ହୁଅ ଯେହ୍ନେ ମହାକାଳ ଫଳ;
ଯେ ହୁଏ ତେସନ, ତା’ର ଜନମ ବିଫଳ।
-୦-
ଉକ୍ତ କବିତାଟି ଗ୍ରାମସେବକ ସମବାୟ ପ୍ରକାଶନ, କଟକ ପକ୍ଷରୁ ଅନ୍ନପୂର୍ଣ୍ଣା ମହାରଣା ଓ ଶରତ୍‌ଚନ୍ଦ୍ର ମହାରଣାଙ୍କ ଦ୍ୱାରା ପ୍ରକାଶିତ ‘ଚନ୍ଦ୍ରମୋହନ ଗ୍ରନ୍ଥାବଳୀ’ରୁ ସଂଗୃହୀତ। କବିତାଟି ଚନ୍ଦ୍ରମୋହନ ମହାରଣାଙ୍କ ରଚିତ ‘କଥାବଳି ପଦ୍ୟାଂଶ’ ସଙ୍କଳନରେ ପ୍ରଥମେ ପ୍ରକାଶିତ ହୋଇଥିଲା।

ପାଠକୀୟ ଆଦୃତି

୭ ଦୃଷ୍ଟି ଆକର୍ଷଣ
୦ ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଚନ୍ଦ୍ରମୋହନ ମହାରଣା

ଓଡ଼ିଆ ସାହିତ୍ୟର ଏକ ବହୁ ପରିଚିତ ନାମ ମଧ୍ୟରେ ଚନ୍ଦ୍ରମୋହନ ମହାରଣା(୧୮୭୦-୧୯୨୯) ନ ଥିଲେ ମଧ୍ୟ ତାଙ୍କର ଲେଖାର ସ୍ବତନ୍ତ୍ର ବିଶେଷତ୍ବ ରହିଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ମହାରଣାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ନବୋଦ୍ୟମ’, ସହିତ ତାଙ୍କ ରଚିତ ପାଠ୍ୟପୁସ୍ତକ ମଧ୍ୟରେ ‘କଥାବଳି-ପ୍ରଥମ ଓ ଦ୍ୱିତୀୟ ଭାଗ’, ‘ଓଡ଼ିଆ ବ୍ୟାକରଣ-ପ୍ରଥମ ଓ ଦ୍ୱିତୀୟ ଭାଗ’ ସହିତ‘ରଚନା ଶିକ୍ଷା’ ଆଦି ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସୃଷ୍ଟି।

ସେତେବେଳର ଅନେକ ପରିଚିତ ସାରସ୍ୱତ ସାଧକମାନଙ୍କୁ ନେଇ ୧୮୯୩ ମସିହାରେ ଗଠିତ ‘ଆଲୋଚନା ସଭା’ର ପ୍ରଥମ ସମ୍ପାଦକ ଥିଲେ ଚନ୍ଦ୍ରମୋହନ ଏବଂ ସଭାପତି ଥିଲେ ମଧୁସୁଦନ ରାଓ। ଏହି ଅନୁଷ୍ଠାନଟି ପରବର୍ତ୍ତୀ ସମୟରେ ୧୯୦୩ ମସିହାରେ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ନାମିତ ହୋଇଥିଲା। ଏହି ଅନୁଷ୍ଠାନର ଅନେକ ବୈଠକରେ ଚନ୍ଦ୍ରମୋହନ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କୀତ ନିଜ ରଚିତ ଅନେକ ଉପାଦେୟ ପ୍ରବନ୍ଧ ପାଠ କରିଥିଲେ।

ଅଧ୍ୟୟନଠାରୁ ଆରମ୍ଭ କରି ଅଧ୍ୟାପନା, ପରିଦର୍ଶନ, ରଚନା-ପଦ୍ଧତି, ଭାଷା ପ୍ରୟୋଗ ଆଦି କ୍ଷେତ୍ରରେ ସେ ଅନେକ କାର୍ଯ୍ୟ କରିଛନ୍ତି। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶେଷ କରି ପାଠ୍ୟ ପୁସ୍ତକ କ୍ଷେତ୍ରରେ ସୁଧାର ନିମନ୍ତେ ଚନ୍ଦ୍ରମୋହନ ଅନେକ ପାଠ୍ୟପୁସ୍ତକ ରଚନା କରିଥିଲେ। ଘରପୋଡ଼ିରେ ତାଙ୍କର ୩୦/୩୫ଟି ପାଣ୍ଡୁଲିପି ପୋଡ଼ି ନଷ୍ଟ ହୋଇଯାଇଥିବାରୁ ତାଙ୍କର ଅନେକ କୃତି ଲୋକ ଲୋଚନକୁ ଆସି ପାରିନାହିଁ।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP