ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କି ମୋହନିଦ୍ରା ମୋତେ ଘୋଟିଥିଲା
କିପାଁ ଏ ପାପ ଆଖି ନ ଫିଟିଲା।
ପାଖରେ ମୋର ବସି ଚାରୁ ମୋହନ ବଂଶୀ
ବଜାଇ କି ବେଗେ ସେ ଚାଲିଗଲା।

ଡାକିଲା କେତେ ଥର
ହେବାକୁ ଉଜାଗର
ପଦେ ହେଲେ ଉତ୍ତର ନ ଆସିଲା।
ମୋ କକ୍ଷ ଅନ୍ଧକୂପ
ସେ ପ୍ରଭାମୟ ରୂପ
ଆଲୋକ କାହିଁ କ୍ଷଣେ ଲିଭିଗଲା।

ନ ମେଲିଲି ନୟନ
ପଥେ ପଡ଼ିବା ଧନ
ଏ ଭାଗ୍ୟହୀନ ନେତ୍ର ନ ଦେଖିଲା।

-୦-

ପାଠକୀୟ ଆଦୃତି

ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଉତ୍କଳମଣି ଗୋପବନ୍ଧୁ ଦାଶ

ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ବାରା “ଉତ୍କଳମଣି” ଉପାଧିରେ ଭୂଷିତ ଗୋପବନ୍ଧୁ ଦାଶ(୧୮୭୭-୧୯୨୮)ଙ୍କ ମହାପ୍ରୟାଣର ଅନେକ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ। ୧୮୯୪ ମସିହାରୁ ୧୯୨୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ, ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ।

ଦେବତାର ଛଡାଫୁଲ ଓ ପାଦୁକା ଭକ୍ତ ନିକଟରେ ଯେଭଳି ପବିତ୍ରତମ ବସ୍ତୁ, ସେହିଭଳି ଗୋପବନ୍ଧୁଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଠାରୁ ଆରମ୍ଭକରି ଡାଏରୀ, ଚିଠିପତ୍ର ଓ ଅଭିଭାଷଣ ପର୍ଯ୍ୟନ୍ତ, ସବୁକିଛି ଆଜି ଓଡିଆ ଜାତିପାଇଁ ପବିତ୍ର ଅମୂଲ୍ୟ ସମ୍ପଦ। ଜଣେ ଦରଦୀ ବ୍ୟକ୍ତି ଭାବେ ପରିଚିତ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର “ସମାଜ” ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ। ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’ ଓ ‘ଅବକାଶ ଚିନ୍ତା’ ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍‌ ପରିଚିତ ଏବଂ ପଠିତ ପୁସ୍ତକ ଅଟେ।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP