ଆହୋ ଶୟଳ ସ୍ଥାପନକୁ କୃପାଜଳ ନାମେ ବ୍ରହ୍ମା
ସୃଷ୍ଟି କରତା ଯେବଣ ମହାତମା।

ତାହା କୂଳେ ଉପପତ୍ତି ଯେବଣ ମହାଦେବୀ
ମନୁକାଳ ବଞ୍ଚାଇଲା ଯେବଣ ବେଷ୍ଣବୀ।

ନାମ ସଙ୍କେତ ନର୍ମଦା ସରସ୍ୱତୀ
ଶାହାସ୍ରେଣ ପରିପୂର୍ଣ୍ଣ ଶ୍ରୀୟାରସେଣ ତ୍ରିପୁତି।

କିଞ୍ଚିତ ଦ୍ରୋହେ ପିତାର ଅଭିଶାପ୍ୟେଂ
କିଞ୍ଚିତେ ହିଙ୍ଗୁଳାର ରୂପ ବହିଲାକ ଗୋପ୍ୟେଂ।

ଜମ୍ବୁଦୀପ ଭ୍ରଥଖଣ୍ଡେ ଓଡ଼ରାଷ୍ଟ୍ର ଈଶାନ୍ୟେ
ଗୋପ୍ୟେନ ଭାଗେନି ଚନ୍ଦ୍ରଭାଗା ତୀର୍ଥସ୍ଥାନେ।

ପ୍ରଶୁରାମ ପଟ୍ଟଣା କନକା ନାମେ ନଗ୍ରି
କଳିଯୁଗ ଚାରିଲକ୍ଷ ବତିଶ ସହସ୍ର ବରଷକୁ
ଦେବୀ ରୂପେଣ ସ୍ୱଭାଗ୍ୟକରି।

ଶୟଳ ଜନ ତାରଣ ଶ୍ରୀ ସାରୋଳ ଚଣ୍ଡୀନାମ
ସଜନଜନ ସୋଦର ସେ ଯୋଗେଣ ଆଦିବ୍ରହ୍ମ।

ଅଭୟେ ମାତାଙ୍ଗୀ ସେ ଶ୍ରୀ ସାରୋଳ ଚଣ୍ଡୀଦେବୀ
ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଭାବି।

ହେ ବୁଧଜନେ ନ ଘେନିବା ମୋହୋର ଦୌଷ
କିଂଚିତ କର୍ମେ ମୋହୋର ଜନ୍ମେ ଜନ୍ମେ ଆଶ।

ଜନ୍ମେଣ ମୂରୁଖ ଅଛଇ ଅସାଧି
ଅପଣ୍ଡିତ ଗୋତ୍ର ଯେ କିସ ମୋର ବୁଦ୍ଧି।

ଅଭୟେ କାନ୍ତାନି ଯେ ଜଂଖେର ପୁରବାସୀ
ସେ ମୋତେ ପ୍ରସନ୍ନେ କହଇ ବିଶ୍ୱାସି।

ସେ ଦେବୀର ଆଜ୍ଞା ପ୍ରମାଣେ କରି
ଶାହାସ୍ର କହିତ ଯିବଇ ମୁଁ ଦେବୀର ନାମଧରି।

ହେ ବୁଧଜନେ ସେ ପ୍ରସନେ ମୋତେ ଯାହା କହଇ
ଅରୁଣ ପ୍ରକାଶେ ମୁଁ ତାହା ଲିଖଇ।

ଯେହ୍ନେ ମୋତେ ଆଜ୍ଞା ଦେଲେ ଭବାନୀ
ତାହାର ଆଜ୍ଞାରେ ମୁଁ ଅଟଇ ଶୂଦ୍ର ମୁନି।
-୦-
ଉକ୍ତ କବିତାଟି ଡକ୍ଟର କୃଷ୍ଣଚରଣ ସାହୁଙ୍କ ସମ୍ପାଦନାରେ ବୁକ୍‌ସ ଏଣ୍ଡ୍‌ ବୁକ୍‌ସ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ଆଦିକବି ସାରଳା ଦାସଙ୍କ ବିରଚିତ ‘ଚଣ୍ଡୀ ପୁରାଣ’ ସଙ୍କଳନରୁ ସଂଗୃହୀତ।