ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସବୁରି ଅଛି

  • ସବୁରି ସବୁ ଅଛି ମୋହର କେହି ନାହିଁ
    ଏକା ମୋ ପ୍ରଭୁ ଜଗନ୍ନାଥ,
    ତୁମ୍ଭରି ନାମ ଧରି ବିଷ ମୁଁ ଭକ୍ଷିଅଛି
    ସେ ମୋତେ ହୋଇଛି ଅମୃତ ହେ, ମହାପ୍ରଭୁ।

    ବାଲିରେ ପଡ଼ିଥାଇ ନୀଳଚକ୍ରକୁ ଚାହିଁ
    ପ୍ରାଣ ମୋ ଶେଷ ହେଉଥାଇ,
    ବାଲିରେ ପଡ଼ିକରି ମାଂସକୁ ମିଳାଇବି
    ଚକ୍ର ଉହାଡ଼ିଥିବ ଧ୍ୟାଇ ହେ, ମହାପ୍ରଭୁ।

    ସାଧୁମାନଙ୍କ ସଙ୍ଗେ ଦିନ ବଞ୍ଚିବି ରଙ୍ଗେ
    ତୁମ୍ଭ ଚରଣେ ଚିତ୍ତ ଥାଉ।
    ଛଡ଼ା ତୁଳସୀ ମୁଣ୍ଡେ ନିର୍ମାଲ୍ୟ ଥିବ ତୁଣ୍ଡେ
    ହା’ କୃଷ୍ଣ ବୋଲି ପ୍ରାଣ ଯାଉ ହେ ମହାପ୍ରଭୁ।

    ବଗଡ଼ା ଅନ୍ନ ସଂଗେ ବଡ଼ି ମହୁର ରଙ୍ଗେ
    ସେବାରେ ପୂରାଇବି ପେଟ,
    କଳର ହାତ ଠାରେ ଦର୍ଶନ କରୁଥିବି
    ଛାମୁରେ ଧରି ମୁଁ ଆଲଟ ହେ, ମହାପ୍ରଭୁ।

    ଏମନ୍ତେ କହୁଅଛି ଶୁଣ ହେ ଶିରିବତ୍ସି
    ରୁକୁଣା ଦେବୀଙ୍କ କାନ୍ତ,
    ରଘୁ ଯେ ଅରକ୍ଷିତ ଏ ଭାବରେ ଭଣିଲେ
    ଏଥୁ ଉଦ୍ଧର ଜଗନ୍ନାଥ ହେ, ମହାପ୍ରଭୁ।

    -0-
    ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।

    ପାଠକୀୟ ଆଦୃତି

    ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ରଘୁ ଅରକ୍ଷିତ

    ରଘୁ ଅରକ୍ଷିତ ଷୋଡ଼ଷ ଶତାବ୍ଦୀର କବି ଥିଲେ। ତାଙ୍କୁ ଶ୍ରୀଚୈତନ୍ୟ ଦେବଙ୍କ ସମସାମୟିକ ବୋଲି କୁହାଯାଏ। ବିଭିନ୍ନ ପଦାବଳି, ଭଜନ ଓ ‘ଶକୁନ୍ତଳା ଚଉତିଶା’ ସହିତ ‘ଗୋଚର ଗୀତା’ ତାଙ୍କର ଅନ୍ୟତମ ରଚନା। ସେ ବଳରାମ ଦାସ ଓ କାହ୍ନୁ ଦାସଙ୍କ ସହିତ ମିଶି ‘ଜ୍ଞାନ ଉଦେ ଚଉତିଶା’ ଓ ରସାନନ୍ଦ ନବଘନ ଚାନ୍ଦଙ୍କ ସହିତ ମିଶି ‘ଅବକାଶ ଭଜନ’ ରଚନା କରିଥିଲେ।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP