ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦୀନ ବାନ୍ଧବ ହେ

  • ଦୀନ ବାନ୍ଧବ ହେ, ମୋ ଦୁଃଖ ନ ଗଲା ଯେ
    ତୁମ୍ଭେ ଦୀନବନ୍ଧୁ ମୋତେ ପାଶୋରିଲେ ମୋ ବନ୍ଧୁ ହୋଇବ କିଏ?
    ତୁଳସୀର ମାଳ, ତୁଳସୀର ଚୂଳ, ତୁଳସୀ ମଥାରେ ଦେଇ
    ତୁଳସୀ ଚଉଁରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ।

    ଚୂଳର ଉପରେ ସେବତୀର ଗଭା ଦେଖିଲେ ମାଡ଼ଇ ଭୟେ
    ଦୀନବନ୍ଧୁ ଠାରେ ବିପତ୍ତି ନ ଥାଇ ଯେଣେ ଯାଉଥିଲେ ଜୟେ।
    ଦୀନବନ୍ଧୁ ବୋଲି ଯାହାକୁ ବୋଲନ୍ତି ସେହି ଯେ ପରମ ଯୋଗୀ
    ଯୋଗୀମାନଙ୍କର ଆତଙ୍ଗ ନାଶନ ଦୁଃଖୀମାନଙ୍କର ଭୋଗୀ।

    ଆଦି ଅନାଦିରେ ବନ୍ଧନ ପଡ଼ିଛି ମାୟାମୋହ ଲାଗି ଧନ୍ଦ
    ଶୂନ୍ୟ ପୁରୁଷ ଯେ ଶୂନ୍ୟରେ ଯାଉଛି ପଞ୍ଜରୀ ପଡ଼ିବ ବନ୍ଦ।
    ଏ ଭବ ସାଗରୁ ତରିବା ନିମନ୍ତେ ପଥର ବାନ୍ଧିଛ ଭେଳା
    ତୁମେ ନ ରଖିଲେ ଭାସି ମୁଁ ଯାଉଛି ରଖ ରଖ ଚକାଡୋଳା।

    ଭଗତ ଭାବରୁ ପ୍ରସନ୍ନ ହେବାରୁ ଭାବ ବିନୋଦିଆ ଯେଣୁ
    ବଳରାମ ଦାସ ଅନ୍ନ ନ ମାଗଇ ଚରଣ ତେଣୁ।

    -0-

    ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।

    ପାଠକୀୟ ଆଦୃତି

    ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ବଳରାମ ଦାସ

    ପଞ୍ଚସଖା ଯୁଗର ଅନ୍ୟତମ ସାଧକ ବଳରାମ ଦାସ ଓଡ଼ିଶାର ବାଲ୍ମିକୀ ଓ ଶୂଦ୍ରମୁନି ଭାବେ ସୁପରିଚିତ। ସେ ଗଜପତି ପ୍ରତାପରୁଦ୍ର ଦେବ ଓ ଶ୍ରୀଚୈତନ୍ୟଙ୍କ ସମସାମୟିକ ଥିଲେ।

    କବି ‘ଜଗମୋହନ ରାମାୟଣ’, ‘ଗୁପ୍ତ ଗୀତା’, ‘ଭାବ ସମୁଦ୍ର’, ‘ବ୍ରହ୍ମାଣ୍ଡ ଭୂଗୋଳ’, ‘ବଟ ଅବକାଶ’, ‘ବିରାଟ ଗୀତା’, ‘ଅମରକୋଷ ଗୀତା’, ‘ଲକ୍ଷ୍ମୀପୁରାଣ’ ଆଦି ରଚନା କରିଯାଇଛନ୍ତି। ‘ଲକ୍ଷ୍ମୀପୁରାଣ’ ପାଇଁ କବି ଓଡ଼ିଶାର ଘରେ ଘରେ ପରିଚିତ।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP