ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଆଉ ଏଣିକିରେ ମନ

  • ଆଉ ଏଣିକିରେ ମନ ଭୂଲୁ କାହିଁକି?
    ଉଡ଼ୁଛି କାଳ ଛଞ୍ଚାଣ ମନେ କାହିଁକି?
    ଅଇରି ତୋ କଳ ପଣା ଛେଦିପକା ବେନି ଡେଣା
    ଶୂନ୍ୟରେ ବାଜୁଛି ବୀଣା ଶୁଣା ନାହିଁକି?

    ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ
    ହାଟ ସରିଲେ ବଣିକ ଆଉ ଥାଇ କି?
    ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ
    ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି?

    ଭ୍ରୂଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
    ହଜିଲେ ପରମ ସୁନା ଆଉ ପାଇ କି?
    ଓ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ
    କହେ ଜଗନ୍ନାଥ ଦାସ ଅନୁସରି କି?

    -୦-

    ଏହି କବିତାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୮୪ ମସିହାରେ ପ୍ରକାଶିତ ‘ପ୍ରାଚୀନ ଓଡ଼ିଆ କବିତା’ ସଙ୍କଳନରୁ ସଂଗୃହୀତ।

    ପାଠକୀୟ ଆଦୃତି

    ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ଜଗନ୍ନାଥ ଦାସ

    ଅତିବଡ଼ୀ ନାମରେ ପରିଚିତ କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀରେ ସଂସ୍କୃତ ଭାଗବତକୁ ନବାକ୍ଷରୀ ଓଡ଼ିଆରେ ରଚନା କରି ବହୁ ଲୋକପ୍ରିୟ ହୋଇଥିଲେ। ଆଜି ମଧ୍ୟ ତାଙ୍କ ରଚିତ ଭାଗବତ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାରିତ ହେଉଛି। ଓଡ଼ିଆ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ନାମରେ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଉଛି।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP