ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କ୍ଷମାନିଧି ନିରୂପମା

  • ରାଗ-କାମୋଦୀ, ଆଦିତାଳ

    କ୍ଷମାନିଧି ନିରୂପମା, ଏପରି ଗୁରୁ ଗୁମାନ ସରଜି ନ ବସଟି ରେ
    ଅରାତି ନୁହଇ ମୁଁ ତ ରାସଦୃଶହାସ ଧରା ଅମୁଖ ମିଶ ଶଶାଟି ରେ।ଘୋଷା।

    ଲଲାଲଗିରି ମୋର ସଲାମତ ତୁ ଅଛୁ, ଗଲା ମଦନୁ ଧୃତି ଖସିଟି ରେ।
    କି ଲାଜକୁ ଭରସିଲା ଚରଣେ ଅଛି, ପିଲା ଦିନୁ ଶରଣ ପଶିଟି ରେ।୧।

    ପାଣି ଗଣ୍ଡେ ନ କର ଠାଣି ମଣ୍ଡନା ବର, ମାଣିକ୍ୟ ମଣି ଦତ୍ତ ବାସିଟି ରେ
    ଜାଣି ନିଗ୍ରହ ତୋର ହାଣିବାକୁ ମୋ ଶିର, ଶାଣି ଲାଗିଲାଣିଟି ସ୍ମର ଅସିଟି ରେ।୨।

    କୃଶାବନତ ତନୁ ରକ୍ଷା ନ କରତନୁ, ବିଶାଳ ସୁଖ ଭଳି ନିଶିଟି ରେ
    ଆଶାର ଅକୁଶଳ କି ସାର ମୁଁ କୁଶଳ, ବିଶାରଦ ପଣରେ କଷିଟି ରେ।୩।

    ହରିବଚନୁ ମଦ କରୀବର ଗତି ସେ, ହରି ମନରୁ ମ୍ଳାନ ମଣିଟି ରେ
    ହରିଚନ୍ଦନ ବୋଲେ ପରିଚୟ ରଚିଲେ, ଧରିତ୍ରୀ-ଭୂଷା ରସେ ରସିଟି ରେ।୪।

    -୦-

    ଉକ୍ତ କବିତାଟି ଫ୍ରେଣ୍ଡ୍‌ସ ପବ୍ଲିଶର୍‌ସ ଦ୍ୱାରା ୧୯୯୮ ମସିହାରେ ପ୍ରକାଶିତ ତଥା ଡକ୍ଟର କୃଷ୍ଣଚରଣ ବେହେରାଙ୍କ ସମ୍ପାଦିତ ‘କବିସୂର୍ଯ୍ୟ ଗ୍ରନ୍ଥାବଳୀ’ ପୁସ୍ତକର #ଚଉପଦୀ ସଂଗ୍ରହରୁ ସଂଗୃହୀତ।

    ପାଠକୀୟ ଆଦୃତି

    ୬ ଦୃଷ୍ଟି ଆକର୍ଷଣ
    ୦ ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ କବିସୂର୍ଯ୍ୟ ବଳଦେବ ରଥ

    ଓଡ଼ିଆ ସାହିତ୍ୟରେ ଏକ ଉଜ୍ଜ୍ବଳ ନକ୍ଷତ୍ର ଭାବେ ପରିଗଣିତ କବିସୂର୍ଯ୍ୟ ବଳଦେବ ରଥ(୧୭୮୯-୧୮୪୫)ଙ୍କ ପ୍ରତ୍ୟେକଟି ରଚନା ବେଶ୍ ସାବଲୀଳ ଏବଂ ଶାଣୀତ। କବିଙ୍କ ରଚିତ ଅନେକ ଚମ୍ପୁ, ଛାନ୍ଦ, ଚୌପଦୀ, ଚିଟାଉ ଆଦି ପାଠକଙ୍କ ନିକଟରେ ବେଶ୍ ଲୋକପ୍ରିୟ। ସଙ୍ଗୀତ ଗାନ ଓ ରସିକତାପୂର୍ଣ୍ଣ ଆଳାପ-ଆଲୋଚନାରେ ସେ କୃତିତ୍ୱ ଅର୍ଜନ କରିଥିଲେ। କବିଙ୍କ ଅନେକ ରଚନା ତାଙ୍କ ଜୀବନ କାଳର ଅନେକ ବର୍ଷ ପରେ ମୁଦ୍ରିତ ହୋଇ ପାଠକୀୟ ଆଦୃତି ଲାଭ କରିଛି।

    କବିଙ୍କ ରଚିତ ବିଭିନ୍ନ ରଚନାବଳୀର ଲୋକପ୍ରିୟତା ଏବଂ ତାଙ୍କର ଜ୍ଞାନକୁ ଦୃଷ୍ଟିରେ ରଖି ତତ୍କାଳୀନ ଠାକୁର ରାଜା ଗଜପତି ମହାରାଜ ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୁଷିତ କରିଥିଲେ। ବଳଦେବ ରଥ ‘ରତ୍ନାକର ଚମ୍ପୁ’, ‘କିଶୋର ଚନ୍ଦ୍ରାନନନ୍ଦ ଚମ୍ପୁ’, ‘କବିତା କଲ୍ଲୋଳିନୀ’, ‘ସଙ୍ଗୀତ କଳ୍ପଲତା’, ‘ଚୌପଦୀ ଚନ୍ଦ୍ରୋଦୟ’, ‘ଚୌପଦୀ ରତ୍ନାକର’, ‘ଚନ୍ଦ୍ରକଳା କାବ୍ୟ’ ଆଦି ସମେତ ଅନେକ ଚଉପଦୀ ଓ ଚଉତିସା, ଭଜନ, ଜଣାଣ ଆଦି ରଚନା କରିଥିଲେ।।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP