ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ କିଶୋରୀ ଚରଣ ଦାସ

ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହିତ ଜଣେ ବଳିଷ୍ଠ ସାହିତ୍ୟିକ ଭାବେ କିଶୋରୀ ଚରଣ ଦାଶ(୧୯୨୪-୨୦୦୪)ଙ୍କ ଲେଖାଗୁଡ଼ିକ ଅଜସ୍ର ପାଠକୀୟ ସ୍ବୀକୃତି ଲାଭ କରିଛି। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଶ୍ରୀ ଦାଶ ଲେଖନୀ ଚାଳନା କରିବା ସହିତ ଜଣେ ଅନୁବାଦକ ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ।

ସରଳ ଓ ସାବଲୀଳ ଭାଷା ବ୍ୟବହାର କରୁଥିବା ଶ୍ରୀ ଦାଶଙ୍କର ସମସ୍ତ ଲେଖାରେ ସାଧାରଣ ଲୋକଙ୍କର ଜୀବନଶୈଳୀ ସହିତ ଦୈନନ୍ଦିନ ଜୀବନର ଅନୁଭୂତି ଓ ରୋମାଞ୍ଚ ଭରି ରହିଛି। ମନୋବୈଜ୍ଞାନିକ ଓ ସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣ ହେଉଛି ତାଙ୍କ ଗଳ୍ପର ଅନନ୍ୟ ଶୈଳୀ। ତାଙ୍କ ଗଳ୍ପରେ ମଣିଷ ମନର ନିସଙ୍ଗତା, ଅସହାୟତା ଓ ଦୋଷ ଦୁର୍ବଳତାର ଚିତ୍ର ସହିତ କ୍ଳିଷ୍ଟ ମଧ୍ୟବିତ୍ତ ସମାଜ ତଥା ଉତ୍ତରଣମୁଖୀ ନିଃସଙ୍ଗତା ଦେଖିବାକୁ ମିଳିଥାଏ।

କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ। ତାଙ୍କର ଉଲ୍ଲେଖନୀୟ କୃତି ମଧ୍ୟରେ ‘ଠାକୁର ଘର’, ‘ଭଙ୍ଗା ଖେଳଣା’, ‘ଲକ୍ଷ ବିହଙ୍ଗ’, ‘ଘର ବାହୁଡ଼ା’ ଓ ‘ମଣିହରା’ ଆଦି କ୍ଷୁଦ୍ରଗଳ୍ପ ସଙ୍କଳନ, ‘ମିନି କାମନା’ କବିତା ସଙ୍କଳନ, ‘ଲେଖକର ସଂସାର’, ‘ଲେଖକର ଦୁଃଖ’-ପ୍ରବନ୍ଧ ସଙ୍କଳନ ଏବଂ ‘ସାତୋଟି ଦିନର ସତୀ’, ‘ସକଳ ସନ୍ତାନ’, ‘ନେତା ଓ ନେତ୍ରମଣି’, ‘ଶେଷ ଅଙ୍କ ପ୍ରଥମ ଦୃଶ୍ୟ’-ଉପନ୍ୟାସ ଆଦି ଅନ୍ୟତମ।

ଚଳନ୍ତା ଗାଡ଼ି

ଗାଡ଼ି ଚାଲିଛି...ଚାଲିଛି... ଗାଡ଼ିର ମୁଣ୍ଡ ନାହିଁ କି ଗଣ୍ଡି ନାହିଁ, ହୁଣ୍ଡାଙ୍କ ପରି ଗର୍ଜନ କରି ମାଡ଼ିଚାଲିଛି, କିନ୍ତୁ ମନେହେଉଛି ସତେକି ଗୋଟାଏ ମଣିଷ। ମୋ’ ଟିକି...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP