ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସଫଳ ସ୍ୱପ୍ନ

  • ଶୈଶବ-ସୀମାନ୍ତେ ଯେବେ କରି ଧୂଳିଘର
    କ୍ରୀଡ଼ାରେ ଆସକ୍ତ ଥିଲି ସାଥି-ସଙ୍ଗତର,
    କେବଣ ଅଜ୍ଞାତ ଲୋକେ ଗୋ ସୁର ସୁନ୍ଦରୀ
    ଦେଖିଥିଲି ସେ ଲାବଣ୍ୟ ବେନି ନେତ୍ର ଭଳି।

    ନୀଳନଭେ କୃଷ୍ଣଘନେ ଲୋଳ ସୌଦାମିନୀ
    ରୂପେ ଦେଖିଥିଲି ତୋତେ ଲୋ ରୂପଗର୍ବିଣୀ।
    ଶାରଦଚନ୍ଦ୍ରିକା ଧୌତ ଅନ୍ତରୀକ୍ଷ ଦେଶେ
    ବୁଲୁଥିଲୁ ବରାଙ୍ଗିରେ, ଜୋସ୍ନା ଶୁଭ୍ରବେଶ
    ଦେଖିଥିଲି ବରାନନେ, ସେ ବିଧୁକିରଣେ
    ତୋ ଅନିନ୍ଦ୍ୟ ମଧୁରିମା ଅତୃପ୍ତ ନୟନେ।

    କାଳକ୍ରମେ ଆଗମ୍ଭିଲା ମଧୁର ଯୌବନ
    ବହିଲା ହୃଦୟ ବନେ ଦକ୍ଷିଣା ପବନ
    କାହୁଁ ଉଡ଼ିଆସି ତୁ ରେ ବସନ୍ତ କୋକିଳ
    ସେ ବନେ କଲୁ ତୋ ସ୍ବନେ ଆନନ୍ଦ-ଆକୁଳ?
    -୦-

    ପାଠକୀୟ ଆଦୃତି

    ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ନନ୍ଦ କିଶୋର ବଳ

    ବାଗ୍ମୀ ବିଶ୍ବନାଥ କର ଏବଂ ଭକ୍ତକବି ମଧୁସୂଦନ ରାଓଙ୍କର ଶିଷ୍ୟ ଭାବେ ପଲ୍ଲୀକବି ନନ୍ଦକିଶୋର ବଳ(୧୮୭୫-୧୯୨୮) ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ଓଡ଼ିଶାର ଗ୍ରାମ ଓ ପଲ୍ଲୀର ପ୍ରାକୃତିକ ପରିବେଶ ଉପରେ ତାଙ୍କର ଅଧିକାଂଶ ଲେଖାଗୁଡ଼ିକ ପର୍ଯ୍ୟବେଶିତ ହୋଇଥିବାରୁ ସେ ପଲ୍ଲୀକବି ଭାବେ ପରିଚିତ ହୋଇଥିଲେ।

    ତାଙ୍କ ଦ୍ୱାରା ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ନିର୍ଝରିଣୀ’, ‘ପଲ୍ଲୀଚିତ୍ର’, ‘ନିର୍ମାଲ୍ୟ ’, ‘ସନ୍ଧ୍ୟା ସଙ୍ଗୀତ’ ଆଦି ଅନ୍ୟତମ। ସେହିପରି ଯୌତୁକ ପରି ସାମାଜିକ ବ୍ୟାଧି ଉପରେ ସେ ‘କନକଲତା’ ନାମକ ଏକ ଉପନ୍ୟାସ ମଧ୍ୟ ଲେଖିଥିଲେ। ତାଙ୍କ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ନନ୍ଦକିଶୋର ବଳ ବେଶ୍‌ ପ୍ରତିଷ୍ଠା ଲାଭ କରିଥିଲେ।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP