ସାଥି, ଚିର ସହଯାତ୍ରୀ!
ଯାତ୍ରାର ଆରମ୍ଭ ଏକସଙ୍ଗେ,
ତାର ସମାପନ ଦୁହିଁଙ୍କର ଫଳ
ବ୍ୟବଧାନର ଅବକାଶ ସେଠାରେ ଆଦୌ ନାହିଁ।
ପଥ ଆମ ଦୁଇଭାଗ
ବିପରୀତ ଦିଗେ ରହିଅଛି ସର୍ପିଳ ଆକାରେ,
ତୁମ ପଥ ତୁମେ ଅନୁସର
ଆନଦିଗେ ମୋ ପଥେ ମୁଁ ହୁଏ ଆଗୁଆନ୍
ହେଲେ ହେଁ ଯାତ୍ରାର ଏକ ଆଭିମୁଖ,
ଯାତ୍ରା ଏକପଥେ ନିବିଡ଼େ ନିରତେ,
ସ୍ଥାନ କାଳ ତହିଁ ନ ପକାଏ ବିନ୍ଦୁମାତ୍ର।
ବ୍ୟବଧାନ ଛାୟା
ଅସମାପ୍ୟ ଏ ଯାତ୍ରୀ ଆମର ପୂର୍ଣ୍ଣତାରେ ଭରିଉଠେ ମୂହୁର୍ମୂହୁ
ଅସୀମ ପଥର ସୀମା ବରାବର,
ଧୀରେ ଧୀରେ ଆମର ରଥ ଚଳେ
ସୀମାର ସନ୍ଧାନେ।
ପଥପାର୍ଶ୍ୱର ସବୁ ଦୃଶ୍ୟାବଳୀ
ଯାତାୟାତକାରୀଙ୍କ ସହ ପରିଚୟ ଓ ସଂସ୍ପର୍ଶ
ଆମର ଆଭିମୁଖ୍ୟ କରେ ଅଧିକ ଏକାଗ୍ର
ଅବକାଶ ତହିଁ ପାରେ ନାହିଁ ତିଳେ ସଜି ବ୍ୟବଧାନ।
-୦-