ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସାଥି, ଚିର ସହଯାତ୍ରୀ!
ଯାତ୍ରାର ଆରମ୍ଭ ଏକସଙ୍ଗେ,
ତାର ସମାପନ ଦୁହିଁଙ୍କର ଫଳ
ବ୍ୟବଧାନର ଅବକାଶ ସେଠାରେ ଆଦୌ ନାହିଁ।

ପଥ ଆମ ଦୁଇଭାଗ
ବିପରୀତ ଦିଗେ ରହିଅଛି ସର୍ପିଳ ଆକାରେ,
ତୁମ ପଥ ତୁମେ ଅନୁସର
ଆନଦିଗେ ମୋ ପଥେ ମୁଁ ହୁଏ ଆଗୁଆନ୍‌
ହେଲେ ହେଁ ଯାତ୍ରାର ଏକ ଆଭିମୁଖ,
ଯାତ୍ରା ଏକପଥେ ନିବିଡ଼େ ନିରତେ,
ସ୍ଥାନ କାଳ ତହିଁ ନ ପକାଏ ବିନ୍ଦୁମାତ୍ର।

ବ୍ୟବଧାନ ଛାୟା
ଅସମାପ୍ୟ ଏ ଯାତ୍ରୀ ଆମର ପୂର୍ଣ୍ଣତାରେ ଭରିଉଠେ ମୂହୁର୍ମୂହୁ
ଅସୀମ ପଥର ସୀମା ବରାବର,
ଧୀରେ ଧୀରେ ଆମର ରଥ ଚଳେ
ସୀମାର ସନ୍ଧାନେ।

ପଥପାର୍ଶ୍ୱର ସବୁ ଦୃଶ୍ୟାବଳୀ
ଯାତାୟାତକାରୀଙ୍କ ସହ ପରିଚୟ ଓ ସଂସ୍ପର୍ଶ
ଆମର ଆଭିମୁଖ୍ୟ କରେ ଅଧିକ ଏକାଗ୍ର
ଅବକାଶ ତହିଁ ପାରେ ନାହିଁ ତିଳେ ସଜି ବ୍ୟବଧାନ।

-୦-

ପାଠକୀୟ ଆଦୃତି

ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଭଗବତୀ ଚରଣ ପାଣିଗ୍ରାହୀ

କବିଚନ୍ଦ୍ର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନିଷ୍ଟ ଭ୍ରାତା ତଥା ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଜଣେ କର୍ଣ୍ଣଧାର ସହିତ ଜଣେ ପ୍ରଗତିଶୀଳ ଲେଖକ ଭାବେ ଭଗବତୀ ଚରଣ ପାଣିଗ୍ରାହୀ(୧୯୦୮-୧୯୪୩) ପରିଚିତ। ମାତ୍ର ୩୫ ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର ଦଳିତ, ନିଷ୍ପେ‍ଷିତ ଏବଂ ଜନଜାତିମାନଙ୍କ ପାଇଁ ସଂଗ୍ରାମ କରିଥିବା ଭଗବତୀ ଚରଣଙ୍କ ‘ଶିକାର’ ସମେତ ‘ମିମାଂଶା’, ‘ମୃତ୍ୟୁର ଚେତନା’, ‘ଝଡ଼’ ଓ ‘ମଜଲିସ୍‌’ ଆଦି କ୍ଷୁଦ୍ରଗଳ୍ପ ବେଶ୍‌ ଲୋକପ୍ରିୟ। ତାଙ୍କର ଗଳ୍ପଗୁଡ଼ିକ ସେତେବେଳର ବୁର୍ଜୁଆମାନଙ୍କର ଭିତ୍ତିଭୂମିକୁ ଗଭୀର ଭାବେ ଆଘାତ କରିଥିଲା।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP