ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଆଖି ସାମ୍ନାରୁ ଦୂରେଇ ଗଲେ ହିଁ
ଜଣାପଡ଼େ ସମ୍ପର୍କର ନିବିଡ଼ତା,
ସମ୍ପର୍କମାନେ କେତେବେଳେ
ବାଈ ଚଢ଼େଇର ଝୁଲନ୍ତା ବସା,
କେତେବେଳେ ସଞ୍ଜର ଶଙ୍ଖ ଧ୍ୱନି
କେତେବେଳେ ସକାଳର ପ୍ରାର୍ଥନା,
କେବେ ପୁଣି
ସକଳ ଶୂନ୍ୟତାର ନୀରବ ନିରାଜନା॥

ଜୀବନଟା ଆଉଟି ପାଉଟି ହୁଏ
ଏ ସମ୍ପର୍କମାନଙ୍କ ପାଇଁ ବେଳେବେଳେ,
ସୁନା ପରି ଡହ ଡହ ନିଆଁରେ।
କେବେ ଝମ୍‌ ଝମ୍‌ ମେଘର
ସଜଳ ଡାକରେ,
କେବେ ଅନୁଭବର ପ୍ରତିଧ୍ୱନି ହିଁ
ଟାଣିଓଟାରି ସାଷ୍ଟମ କରେ,
ଅବଚେତନ ମନର ବିଶ୍ୱାସକୁ!

ସୂର୍ଯ୍ୟସ୍ନାତା ସମ୍ପର୍କର ଆଲୋକିତ ପ୍ରଗଣାରେ
ଚନ୍ଦନ ଚର୍ଚ୍ଚିତ ସ୍ମୃତିର ଅଗଣାରେ,
ସାଇତା ସ୍ୱପ୍ନର ହାତଗଢ଼ା ଛବି
ପୁନେଇଁର ଜହ୍ନ ହୋଇ,
ସମ୍ପର୍କକୁ ଜ୍ୟୋତ୍ସ୍ନାୟିତ କରେ
ଦିବ୍ୟ ଶୀତଳତାରେ॥

ପାଠକୀୟ ଆଦୃତି

ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ସବିତାରାଣୀ ବେହେରା

ଜଣେ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନରୁ ଅବସର ନେଇ ସମ୍ପ୍ରତି ସାରସ୍ୱତ ସାଧନାରେ ମଗ୍ନ ଥିବା ସବିତାରାଣୀ ବେହେରା ଦୀର୍ଘ ବର୍ଷ ଧରି ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ସମ୍ପାଦିତ ତ୍ରୟମାସିକ ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ମହିଳା ପତ୍ରିକା, ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ।

ଗତ ୧୫ ବର୍ଷ ଧରି ନିୟମିତଭାବେ ପ୍ରକାଶିତ ଏହି ପତ୍ରିକା ମାଧ୍ୟମରେ ମହିଳାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଲେଖା ପ୍ରକାଶିତ ହୋଇଆସୁଛି। ଶ୍ରୀମତୀ ବେହେରାଙ୍କ ବିଭିନ୍ନ ପ୍ରକାଶିତ ସଙ୍କଳନ ମଧ୍ୟରେ ରହିଛି – ‘ସ୍ୱପ୍ନର ସୁରଭି’, ‘ସ୍ମୃତିର ଲୁହ’, ‘ତୁମ ପାଇଁ’ ଆଦି କବିତା ସଙ୍କଳନ। ଏହା ସହିତ ‘ମନ ତଳର ମନ’, ‘ନିଜ ପାଇଁ ନିଜେ’ ଓ ‘ଅଜଣା ଠିକଣା’ ଆଦି ଗଳ୍ପ ସଙ୍କଳନ ସହିତ ‘ପ୍ରଶ୍ନବାଚୀ’ – ଉପନ୍ୟାସ, ‘ବିମୁଗ୍ଧ ଚିନ୍ତନ’– ପ୍ରବନ୍ଧ ସଙ୍କଳନ। ତାଙ୍କ ରଚିତ ଅଧିକାଂଶ କବିତା ଛାନ୍ଦସିକଭାବରେ ମନ୍ତ୍ରମୟ ହୋଇଥାଏ।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP