ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଅଚିହ୍ନା ପଦଚିହ୍ନର ପଥେ

  • ଚିହ୍ନା ପଥରେ ଲମ୍ବିଯାଇଛି ଯେତେ ଅଚିହ୍ନା ପଦଚିହ୍ନ
    ସେ ପଦଚିହ୍ନରେ ମୁଁ ନିଜକୁ ଖୋଜୁଛି
    ଯେତେ ଆଗକୁ ବଢୁଛି,
    ସେତେ ନିଜର ଅସ୍ତିତ୍ଵ ହରାଉଥିବା ଭାବନାରେ ଉଦ୍‌ବେଳିତ ହେଉଛି
    ସବୁ କିଛି ଖାଁ ଖାଁ
    ଯେମିତି ମନ ଭିତରଟା ଧୀରେ ଧୀରେ କୋରି ହୋଇଯାଉଛି
    ଅନେକ ପଦଚିହ୍ନ ଆଜି କେବଳ ସ୍ମୃତିରେ ସାଇତା,
    ସମୟର ଧୂଳି ତଳେ ଧୂସରିତ ମୁହଁ ସବୁ ନିରବରେ ତା’ର ସତ୍ତା ହରାଉଛି
    ମନ ମୋର ଖାଲି ଖାଲି
    ଯେମିତି କିଛି ଅମୂଲ୍ୟ ରତ୍ନ ନିଶବ୍ଦରେ ହଜିଯାଉଛି॥

    ନିରୋଳାର ଏକ ଦୀର୍ଘ ପଥରେ ମୁଁ ନିଜକୁ ଖୋଜୁଛି
    ମୋରି ଭିତରେ ମୁଁ ମୋତେ ଅଣ୍ଡାଳୁଛି
    ନିଜ ପ୍ରଶ୍ନର ଉତ୍ତର ନିଜେ ଖୋଜୁଛି,
    ବନ୍ଧନ ସବୁ ଯେମିତି ସ୍ଵାର୍ଥ ଆଉ ବ୍ୟସ୍ତତାର ଛାୟା ତଳେ ଗୁମୁରି ଗୁମୁରି କାନ୍ଦୁଛି,
    ସାପ ଶିଢ଼ିର ମାୟାଜାଲରେ ଜୀବନ କାହିଁ ଅଧୀର ହୋଇ ପଡୁଛି,
    ସବୁ କିଛି ଅଧା ଅଧା
    ଏ ଅପୂର୍ଣ୍ଣତାର ଭାବନାର
    ଅସହନୀୟ ବେଦନାରେ ମନ ବ୍ୟଥିତ ହୋଇ ପଡୁଛି॥

    ତଥାପି କାହିଁ ଅନ୍ତରରେ
    ଏକ ଆଲୋକର ସୂକ୍ଷ୍ମ ରେଖା ଝଲମଲ କରେ
    ଯେମିତି ପ୍ରଭାତ ପୂର୍ବରୁ ଅନ୍ଧକାରର ଶେଷ ନିଶ୍ଵାସ,
    ସେଇ ଆଲୋକ କହେ ହରାଇବା ମାନେ ଶେଷ ନୁହେଁ
    ସେଇ ଆଲୋକରେ ସମ୍ଭବ,
    ପୁଣି ଥରେ ନିଜକୁ ଖୋଜି ପାଇବା, ପୁଣି ଥରେ ନିଜର ପଦଚିହ୍ନ
    ଏ ଅଚିହ୍ନା ପଥରେ ଛାଡି ଯିବା॥

    ପାଠକୀୟ ଆଦୃତି

    ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ରୋଜାଲିନ ତ୍ରିପାଠୀ, ହିରାକୁଦ

    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP