ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବିଦ୍ୟାଳୟରୁ ଶିକ୍ଷାଳୟ

  • ସିଲଟ ଖଡ଼ି ଗଲାଣି ଉଡ଼ି, କଲମ ଖାତା ଜାବୁଡ଼ି,
    ଓଡ଼ିଆ ଛାଡ଼ି ଯାଏ ସେ ମାଡ଼ି, ତୁଣ୍ଡରେ ଇଂରାଜୀ ରଡ଼ି।

    ବର୍ଣ୍ଣବୋଧଟି ଖାଉଛି ମାଟି, ଭାଷାରେ ଅନେକ ତ୍ରୁଟି,
    ପଣିକିଆଟି ଚଢ଼ିଛି ଭେଟି, ବହିକୁ ଦେଉଛି ରଟି।

    ନାହିଁ ତ ଲାଠି, ଖୁଲେ ନା ପାଟି, ଦଣ୍ଡବି ଗଲାଣି ଉଠି,
    ଶିକ୍ଷକ ଏଠି ହେଲେଣି ସୁଣ୍ଠି, ଜ୍ଞାନ ତ ପାରେନା ବାଣ୍ଟି।

    ଜ୍ଞାନର ଫଳ ହୁଏ ବିରଳ, ଅର୍ଥ ଅନର୍ଥର ମୂଳ,
    ଶିକ୍ଷାର କଳ ବ୍ୟୟ ବହୁଳ, ନଷ୍ଟ ଭ୍ରଷ୍ଟ ଗୁରୁକୂଳ।

    ଶିକ୍ଷାର ବୁଟି ଦେଉଛି କୁଟି, ପଇସା ନେଉଛି ଲୁଟି,
    ବିଦ୍ୟାଳୟଟି ଶିକ୍ଷାଳୟରେ, ଯାଇଛି ଆଜି ପାଲଟି।

    ଟଙ୍କାର ନିଶା ଗଢ଼ିଛି ବସା, ଶିକ୍ଷାଟି ହୋଇଛି ପେଶା,
    ଗରିବ ଚଷା ମାରୁଛି ଆଶା, ହୁଏ ସଦା ଲୋକହସା।

    ଉଠରେ ଉଠ ନକର ମଠ, ପଢ଼ିବା ପୁରୁଣା ପାଠ,
    ଶୁଣରେ ଚାଟ ଫିଟିବ ବାଟ, ବାଜିଲେ ଗୁରୁଙ୍କ ଛାଟ॥

    -O- -O- -O- -O-

    ଆଧୁନିକ ଶିକ୍ଷାବ୍ୟବସ୍ଥାରେ ବ୍ୟତିକ୍ରମକୁ ନେଇ ଲେଖକ ଏହି ବ୍ୟଙ୍ଗ କବିତାଟିକୁ ଉପସ୍ଥାପନା କରିଛନ୍ତି।

    ପାଠକୀୟ ଆଦୃତି

    ୧୯୩ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ପ୍ରିୟବ୍ରତ ମହାନ୍ତି, ବାଲେଶ୍ଵର, ଓଡ଼ିଶା

    -: ଆଉ କେତୋଟି କବିତା :-

    ପ୍ରେମ

    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP