ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରବିବାର ଦିନ କେମିତି ସକାଳୁ ହେବାକୁ ଡେରି ଡେରି ହୁଏ।
ଡେରିରେ ବି ଘଣ୍ଟାବାଜେ ଚା’ ଶୋଷ ଖୁବ୍ ବଢ଼ିଯାଏ
ସକାଳଟା ବଡ଼ ମିଠା, ବଡ଼ ମିଠା ଚାହିଁ ଚାହିଁ ଶୋଇ ରହିଥିବା।
ଦୁଃସ୍ୱପ୍ନ ପରି ହାକିମ, ଫାଇଲ୍ ସବୁ କିଛି ଭୁଲିଯିବା ।
ବଡ଼ ମିଠା ଶୋଇ ଶୋଇ ଖାଲି ଅନାଇ ରହିବା॥
ସୌରୀନ୍ଦ୍ର ବାରିକ ( ମତାମତ - 1ଟା )
କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ॥
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥
ବଳରାମ ଦାସ ( ମତାମତ - 2ଟି )
ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ।
ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ାଇ କ୍ରପୂର ଧୂଳି ଗୋ।
ରଘୁ ଅରକ୍ଷିତ ( ମତାମତ ଦିଅନ୍ତୁ →
କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ।
କରମାଳିକର ମହା ଖରତର କମଳ କୁମାର ପରାୟେ।
ସୁଜନେ, କି କହିବା ମହୀ ତପତ।
କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।
ଦୀନକୃଷ୍ଣ ଦାସ ( ମତାମତ - 1ଟା )
ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,
ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।
ମଧୁସୂଦନ ଦାସ ( ମତାମତ - 2ଟି )
ବିଜନ କୁଟୀରେ ବସି ଲେଖଇ କବିତା
ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା
ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ
ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ।
କୁଞ୍ଜବିହାରୀ ଦାଶ ( ମତାମତ ଦିଅନ୍ତୁ →
ଶୁଣ ସୁଧିରେ ଭକ୍ତବୀର।
କହିବା ଶରୀରାର୍ଥ ସାର॥
ବ୍ରହ୍ମା ଯେ ନାଭି କମଳରେ।
ବାସ ତା ହୃଦୟ ମଣ୍ଡଳେ॥
ସନ୍ଥକବି ଭୀମ ଭୋଇ ( ମତାମତ - 4ଟି )
ଆହା, ଯଉବନ ଥରେ ଗଲେ ଆଉ ଆସେନା ।
ବୃଥା ବିଧୁର ପୁରାଣେ ଝୁରେ ବାସନା ।
ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ,
ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ।
ଅନ୍ନଦା ଶଙ୍କର ରାୟ ( ମତାମତ - 9ଟି )
ଆଶା ବିଲୋଳ କୁସୁମ ଅୟନେ
ରତ ଥିଲି ଯେବେ ଫୁଲ ଚୟନେ
କିଏ ଚୁପି ଚୁପି ଆସେ ସେ ବେଳେ
ଆଖି ଥାପିଲା ଯେବେ ଏ ନୟନେ ॥
ନିର୍ମଳା ଦେବୀ ( ମତାମତ - 1ଟା )