ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ବରେନ୍ଦ୍ର କୃଷ୍ଣ ଧଳ

ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକଭାବେ ବରେନ୍ଦ୍ରକୃଷ୍ଣ ଧଳ (୧୯41-୨୦୧୬) ପ୍ରତିଷ୍ଠାଲାଭ କରିଥିଲେ। ଏହା ସହିତ ଓଡ଼ିଶା ଲେଖକ ସାମ୍ମୁଖ୍ୟ ଏବଂ ଭୁବନେଶ୍ୱର ପୁସ୍ତକ ମେଳା କମିଟି ପରିଚାଳନା ଆଦି କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରି ସେ ଜଣେ ଉତ୍ତମ ସଙ୍ଗଠକଭାବେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ।

ତାଙ୍କର ପ୍ରକାଶିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ପାଣିଗାର’, ‘କ୍ଳାନ୍ତ ନକ୍ଷତ୍ର’, ‘ଅବ୍ୟର୍ଥ ମୃଗୟା’, ‘ଏକାକୀ ଅଭିମନ୍ୟୁ’ଓ ‘ଦେହ ଦହନ’ ଏବଂ ‘ସନ୍ଧ୍ୟାର ମୁକୁର’, ‘ନାୟିକା’, ‘ନିଶିଦ୍ଧ ପ୍ରେମ’ ଓ ‘ଅଜ୍ଞାତ ବାସ’ ଆଦି ଉପନ୍ୟାସ ଅନ୍ୟତମ। ସେହିଭଳି ‘ମୁକ୍ତ ବିଚାର’, ‘ଖୋଲା ବିଚାର’ ଓ ‘ଓଡ଼ିଆ ସାହିତ୍ୟରେ ଅପସଂସ୍କୃତି’ ଆଦି ନିବନ୍ଧ ପୁସ୍ତକ, ‘ରାଧାରାଣୀ’, ‘ରେଡ୍‌କ୍ରସ୍‌ କାହାଣୀ’, ‘ଶାମ୍ବ’ ଓ ‘ବୈକୁଣ୍ଠ ଖାତା’ ଆଦି ଅନୁବାଦ ପୁସ୍ତକ ଏବଂ ‘ପିଲାଏ ହସିଲେ ପୃଥିବୀ ହସେ’ ଓ ‘ଗୋଟିଏ ଗପ-‘ସାତୋଟି ଗୀତ’ ଆଦି ଶିଶୁ ସାହିତ୍ୟ ସଙ୍କଳନ ତାଙ୍କର ବିସ୍ତାରିତ ସାରସ୍ୱତ କୃତିର ଉଦାହରଣ। ଏହା ସହିତ ‘ମୋ ଜୀବନ କାହାଣୀ’ ନାମରେ ତାଙ୍କର ଆତ୍ମ ଜୀବନୀ ଗ୍ରନ୍ଥ ମଧ୍ୟ ରହିଛି।

ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ସୁଦ୍ଧା ସେ ବିଭିନ୍ନ ସମ୍ବାଦ ପତ୍ରରେ ସ୍ତମ୍ଭ ଲେଖି ପ୍ରତିଷ୍ଠା ଲାଭ କରିଥିଲେ। ସାରସ୍ୱତ ସାଧନାର ସ୍ୱୀକୃତି ସ୍ୱରୂପ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।

ନେତାଙ୍କ ହାଟ

ଜନ ସଂକେତ ଅବସ୍ଥା ମଧ୍ୟ ତଦୃପ। ଦଳର ନେତା ବହୁ ତୁମ୍ବିତୋଫାନ କରି ଛଅସ୍ତରି ସ୍ଥାନ ଦାଖଲ କରିଛନ୍ତି। ଦୁଇଜଣ ସ୍ୱାଧୀନ ଭାବରେ ଲଢ଼େଇ କରି ଜିତି...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP