ମାଛ ଭର୍ତ୍ତି ଏକ୍ବିରମ୍କୁ ଦେଖିଲେ
ମନେପଡ଼େ ସତେ ଯେମିତି
ଏମିତି ହିଁ ମୋର ଭାଗ୍ୟ।
ମାଛଟି କିପରି ଛଟପଟ ହୁଏ
ନିଜ ପରିଧିରେ, ଯେତେଥର
ଚେଷ୍ଟାକରେ ମୁକୁଳିବାକୁ
ଅଧିକ ବାଟ ଯିବାକୁ
ଆଘାତ ଖାଉଥାଏ କାଚ଼ରେ
କଷ୍ଟଭୋଗେ, ପୁଣି ଫେରିଆସେ
ନିଜ ଯାଗାକୁ।
ଚିନ୍ତାକରେ ନିଜର ପରିଧି,
ନିଜର ଅସ୍ତିତ୍ବ ନିଜର ସ୍ଥିତି,
ପୁଣି ଅଟକି ଯାଏ
ମାଛଟି ଯେଉଁଠି ସେଇଠି।
ଖେଳନା ପାଇଁ ପୁଅ ମୋର
ଜିଦ୍ଧରେ, ଅଝଟ ହୁଏ, ଦୁଷ୍ଟାମି କରେ।
ପୁଅରେ, ତୁ ବୋଧେ ଜାଣିନୁ
ମୁଁ ଗୋଟେ ଏକ୍ବିରମ୍ର ମାଛ
ମୋ ପରିଧି ଛୋଟ,
ବେରୋଜ୍ଗାର ଅନାଟନ ଅଭାବ ମୋ ପରିଧି,
ତୁ ଖେଳନା ପାଇଁ ଅଝଟ ହେଲେ
ମୁଁ କଣ କରିବି,
ମୋ ଅସମର୍ଥତାକୁ
ତୁ ଥରେ ବୁଝିବାକୁ ଚେଷ୍ଟାକରେ।
ମୁଠାଏ ଡାଲି ଭାତ
ପୁଣି ଔଷଧ ପୋଷାକ ପାଇଁ
ଅସମର୍ଥ ତୋ ବାପା
ଆଲୁଅ ନଥିବା ଘର
ଇସ୍ତ୍ରି ନଥିବା ପୋଷାକ,
ଚମଡ଼ା ଛଡ଼ା ଜୋତା
ବାରମ୍ବାର ସିଲା ହେଉଥିବା
ପୁରୁଣା ଛତା,
ଏ ସବୁତ ତୋ ବାପାର
ସର୍ବସ୍ବ।
ପୁଅରେ ତୋ ଖେଳନା
ମୋ ପାଇଁ ସବୁବେଳେ
ଅପହଞ୍ଚ,
ତୁ ଆସ୍ତେ ଆସ୍ତେ ବୁଝିଯିବୁ
ମୋର ସବୁ ଦୁଃଖ, କଷ୍ଟ
ଆଉ ଅସହାୟ
ତୁ ପରା ମୋର କୁନି ଦୁଷ୍ଟପୁଅ।
TOUCHING EVERY FATHERS’ HEART. IT MAY VARY FROM TOYS TO BOOKS, MOBILE TO LAPTOP. THE SITUATION IS SAME EVERY WHERE IN A MIDDLE CLASS FAMILY.
“HAR CHADAR KI GHERESE BAHAR NIKLE PAON”
really its heart touching …. If we think abt all over India situation 50% parents are not able to full fill all the requirement what their child ask . But they always trying to make it possible by their best levels.. Salute to this song and salute to those parents.