ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ମେନୁରେ ଥିବା ଗୋଟେ ସକାଳ

  • କାଲିରାତିରୁ ସରିଲାଣି ଏ ଯୁଦ୍ଧ
    ବାରିପଟେ ଦିଶିଲାଣି ଧାପେ ଆଲୁଅ,
    ସୂର୍ଯ୍ୟ ଉଠିଲାଣି, ଉଠ।
    ଆଖିତଳ କଳା ଦାଗ ଆମ ଦୁଃଖ
    କେଇଟୋପା ଲୁହରେ ଧୋଇ ଯିବନି ଯେ’!

    ଥମି ସାରିଛି କମାଣର ଶବ୍ଦ
    ପରୀମାନେ ଆଉ ଉଡ଼ିଯିବେନି
    ଆମ ପିଲାଙ୍କ ସ୍ବପ୍ନରୁ, କାହାଣୀରୁ।

    ଦେଖ, ପିଲାଏ କେମିତି
    ଗୁଡ଼ି ପଛେ ଧାଇଁଲେଣି ଯୁଦ୍ଧ ପଡ଼ିଆରେ,
    ଲୁଚକାଳି ଖେଳିଲେଣି
    ମୃତଟ୍ୟାଙ୍କ୍‌ର ଚାରିପଟରେ।

    ପକ୍ଷୀ ପିଲାଏ ଖଣ୍ଡି ଉଡ଼ା ଦେଲେଣି
    ଏ ଫର୍ଚ୍ଚା ଆକାଶରେ
    ବେଶ୍‌ କିଛିଦିନ ହେବ ବାରୁଦର ଧୂଆଁରେ
    ଯିଏ ଗରିଲା ପରି ଦିଶୁଥିଲା,
    ଉହୁଁକି ଆସୁଥିଲା।

    କଅଁଳା ବାଛୁରୀ ପରି ଫିଟି ଗଲାଣି
    ସେନା ଛାଉଁଣୀରେ ବନ୍ଦୀ ସମୟ।
    ଆଗପରି ଆପଣାର ଲାଗିଲାଣି ନିଃଶ୍ବାସ,
    ଅଫୁଟା ଗୁଳିମାନଙ୍କ ଔଦ୍ଧତ୍ୟକୁ
    ଢାଙ୍କି ଦେଲାଣି ବାଲି ବସ୍ତା ତଳୁ
    ଗଜୁରି ଉଠିଥିବା ଘାସ।

    କେବେଠୁ ସ୍କୁଲ୍‌ ଯାଇନାହାଁନ୍ତି ପିଲାଏ
    ପ୍ରଶ୍ନଯାକ ଚାହିଁ ବସିଛନ୍ତି
    ତାଙ୍କ ସାଥେ ଖେଳିବାକୁ,

    ସେମାନଙ୍କ କୋଳକୁ ଡେଇଁ ପଡ଼ିବାକୁ
    “କିଏ ଜିଣିଲା ଏ ଯୁଦ୍ଧ”- ପଚାରିଲେ
    ହାତ ଟେକି ଦିଅନ୍ତି ସଭିଏଁ ଏକାବେଳେ,

    ଗୁଡ଼ିଟିଏ କଟିଯାଏ,
    ଉଡ଼ିଯାଏ ସୀମା ସେପାରେ
    ପିଲାଏ ଉପରମୁହାଁ ଧାଉଁଥାନ୍ତି ତା’ ପଛରେ…।

    ପାଠକୀୟ ଆଦୃତି

    ୯୦ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଶକ୍ତି ମହାନ୍ତି, ଭୁବନେଶ୍ବର

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-
    • ୧. ସୁବୋଧ ଦାସ | ମେ ୧୦, ୨୦୧୨ - ୧୧:୩୩ ପୂର୍ବାହ୍ନ

      ଶବ୍ଦ ଉପରେ ଏତେ ଗୁରୁତ୍ବ ଦେଲା ବେଳକୁ ମୂଳ ସ୍ରୋତରୁ ଟିକିଏ ଦୁରେଇ ଗଲେ. କବିତା କିନ୍ତୁ ଭଲ ଲଗିଲା। ବଧେଇ।

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP