/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

କଲମ ଚାଳକ

  •  
  • କଲମ ଚାଳକ
    ଏ କି ସମୟ ଆସିଗଲା?
    କଲମ ଚାଳକ ତ କେବେବି କହୁ ନଥିଲେ
    ମୁଁ ଫର୍‌ୱାର୍ଡ଼ ମୁଁ ବେକ୍‌ୱାର୍ଡ଼।

    ଆଗୁଆ ପଛୁଆ ବର୍ଗ ବର୍ଣ୍ଣ ବୈଷମ୍ୟ ନଥିଲା
    କଲମ ଚାଳକଙ୍କର!
    କିନ୍ତୁ କୁମ୍ଭୀର କାନ୍ଦଣା ଶୁଭୁଛି ଆଜି
    ପୁରସ୍କାର ନ ପାଇଲେ ଶୁଭୁଛି ବର୍ଣ୍ଣଖେଳ।

    କବିଟିଏ ସରଳ ଥିଲା, ନିଷ୍କପଟ ଥିଲା
    ଜିଇଥିଲା ଗୀତ ଲେଖୁଥିଲା ସବୁରି ପାଇଁ।
    ସେଇ କବି ନ ଥିଲା ଜାତିର ବା ପାର୍ଟିର
    ଆଜି ନତମସ୍ତକ ହୋଇ ମାଗିଆଣିଥିବା ସାର୍ଟିଫିକେଟ୍‌।

    ଭଡ଼ାରେ ମିଳୁଛନ୍ତି କଲମ ଚାଳକ
    ଯାହା କହିବେ ତା’ ଲେଖିବେ।
    କବିଗୋଷ୍ଠୀ ଗାଉଛନ୍ତି ଗୀତ
    କରୁଛନ୍ତି ଅଯୋଗ୍ୟ ରାଜାର ବନ୍ଦନା।

    କେହିକେହି ସ୍ବଅର୍ଜିତ ବସ୍ତ୍ର ପରିହରି
    ପିନ୍ଧିଛନ୍ତି ଖବରକାଗଜ ଆମୂଳଚୂଳ।

    ଅବଶ୍ୟ…
    ସମସ୍ତ କଲମ ଚାଳକ କବି ନୁହଁନ୍ତି
    ସବୁ କବି କଲମ ଚାଳକ ନୁହଁନ୍ତି।
    ଭଣ୍ଡ କଲମଚାଳକ କଲମ ଚଳାନ୍ତି
    ଅର୍ଥ ବିନିମୟରେ ଡକ୍ଟରେଟ୍‌ ସନ୍ଦର୍ଭ ଲେଖନ୍ତି।

    ଆଉ କେହି କେହି ଅନୁବାଦ ବିକ୍ରି କରନ୍ତି
    ଦାରିଦ୍ୟ୍ରର କଷାଘାତରୁ ନିସ୍ତାର ପାଇଁ।

    ପୁରସ୍କାର ପ୍ରେକ୍ଷାଳୟରେ ଉପସ୍ଥିତ ରହି
    ଅନାହତର ପୁରସ୍କାର ଦେଖି ବ୍ୟଥିତ ହୁଏନା।
    କାରଣ ସେ ବିକ୍ରି କରିଦେଇଛି ତା’କଲମ ଶ୍ରମ
    ରକ୍ତଶିକୁଳିରେ ମରିଯାଇଥିବା ଝିଅର ରକ୍ତ କିଣିବା ପାଇଁ।

    କଲମ ଚାଳକ ଚିନ୍ତା କରେନା ଏସବୁ
    ପ୍ରତ୍ୟେକ ଜିନିଷ ପାଇଁ ତ ପୁଣି ମୂଲ୍ୟ ଦେବାକୁ ହୁଏ!
    ବିଖଣ୍ଡିତ ମନସ୍କ କବି କି ଲେଖିବ କବିତା
    ଖାଲି କଲମ ଚାଳନାରେ କି ଜନ୍ମେ କବିତା?

    ପାଠକୀୟ ଆଦୃତି

    2 VIEWS
    0 ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଶଶିଭୂଷଣ ରଥ, ରାଉରକେଲା

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    NEWSLETTER

    Enter your email address below to subscribe to my newsletter

    ଆପଣଙ୍କ ଭୋଟ

    How Is My Site?

    View Results

    Loading ... Loading ...
    ଲୋକପ୍ରିୟ ଲେଖା
    ପ୍ରବାସରେ ସାହିତ୍ୟ
    advertisement
    ads
    ପାଠକୀୟ ମତାମତ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ →
    ଶୀର୍ଷପୃଷ୍ଠା TOP