ଗୋଟେ ଜିନିଷ କିଣିବାର ନାହିଁ କିନ୍ତୁ ମଲ୍ରେ ପଶି ଗୋଟେ ପରେ ଗୋଟେ ଜିନିଷ ପରଖିବା
ହୋଟେଲରେ ନିରାମିଷ ଖାଇବାକୁ ଅର୍ଡର କରି, ପଛରେ ଟିକେ ଚିକେନ ଝୋଳ ମାଗିବା।
ଗୁପ୍ଚୁପ୍ ବାଲାକୁ ଭାଇ ଡାକି ବାରମ୍ବାର ଆଳୁ ଚୋଖା ଆଉ ଶୁଖିଲା ଗୁପଚୁପ ଖାଇବା
ଦହିବରା ୧୫ ଟଙ୍କାର ଖାଇକି ୫ ଥର ଦହି ମାଗି ପିଇବା।
ଭୋଜିରେ ଖାଇଲା ବେଳେ ତରକାରୀ ପରଷିବା ଲୋକକୁ ଆସୁଥିବା ଦେଖି ଶୀଘ୍ର ଶୀଘ୍ର ଖାଇଦେବା
ଭୋଜି ଯେତେ ଭଲ ହେଲେ ମଧ୍ୟ ଟିକେ ନିନ୍ଦା କରିଦେବା।
କଦଳୀ କିଣିଲା ବେଳେ ଅଙ୍ଗୁରୁ କିଲୋ କେତେ ପଚାରି ୪-୬ ଟା ଖାଇଦେବା
ଗୋଟେ ପ୍ରକାର ପରିବା କିଣିବାକୁ ଯାଇ ଅନ୍ୟ ପରିବାକୁ ଚିପି ଚିପି ନଷ୍ଟ କରିବା।
ନିଜେ ବେନିୟମ କାର୍ଯ୍ୟ କରି ଅନ୍ୟକୁ ନିୟମ ଭିତରେ ରହି କାର୍ଯ୍ୟ କରିବାକୁ ଉପଦେଶ ଦେବା
ମିଠା ମିଠା କଥା କହି ଶୋଷଣ କରିବା।
ନିଜର ଅନେକ ଦୋଷ ତ୍ରୁଟି ଥାଇ ଅନ୍ୟକୁ ସମାଲୋଚନା କରିବା
ଅସତ ଉପାୟରେ ଟଙ୍କା ରୋଜଗାର କରି ବଡ ଲୋକ ହେବା।
ପର ନିନ୍ଦା ପର ଚର୍ଚ୍ଚା କରି ଚାଲିଥିବା
ଏମିତି କରି କରି ଦୁନିଆରୁ ଯିବା॥
