ଶବଦଜାଲର ଅସମର୍ଥ ସମୟ ଇ
ଗଢୁଥାଏ
ଆଖି ନ ପାଉଥିବା
ଇଲାକାରେ

ସ୍ବପ୍ନଙ୍କୁ ଜନ୍ମ ଦେବାରେ
ବିତାଉଥିବାର
ଜୀବନ।

ବନ୍ଦ ହଉ ଆଖି,
ଡୋଳାରେ ନାଚୁ ଶୂନ୍ୟତାର
ଘଞ୍ଚ ନୀଳ,
ପତାରେ ନ ପହଞ୍ଚୁ
ବିରଳ ଚିତ୍ର।

ଆଖିର କ’ଣ ଯାଏ
ଅନ୍ଧ ସମୟର ନ ସରୁଥିବାରେ
ନା ଆଲୋକିତ ନିର୍ବାସନରେ।

ସବୁବେଳେ
ଅନ୍ବେଷଣର ମାୟା ଦେଖେଇ
ପେଟ ଉପରେ
ଭୋକର ପ୍ରଜାପତି ଉଡ଼ାଏ।

ନୀଳ ଶୂନ୍ୟତାରେ
ଦୁଃସମୟର ଗୁଣୁଗୁଣୁ ଗୀତ ଛାଡ଼େ
ଓ ପାଖରେ ନ ଥାଏ
ଆବେଗର ଆଉଁଶା ଭଳି।

ପୁଣି ଶବଦଙ୍କ କୋଠରିରେ
ପକେଇରଖେ
ଅସଜ କଳଗାଉଣାକୁ ସ୍ବପ୍ନର
ମଲା ଗୀତ ଶୁଣାଇ।

ଛାତ ଉପରେ ଏକଲା ବୁଢ଼ିଆଣୀଙ୍କ
କ୍ୟାଲେଣ୍ଡର ଝୁଲାଏ
ଭୟ ନ ଥାଇ
ବଞ୍ଚିବାକୁ ଡରୁଥିବାରେ।

ଆଖି ଖୋଲା ଥାଇ ବି ନ ଥାଏ
ଆଖପାଖର
ଜୀବିତ ଆଲୋଡ଼ନରେ।

କୋଳାହଳ ଫେରିଯାଉଥାଏ
ପୁଣି ଆଚମ୍ବିତ ଅସ୍ବୀକାରରେ,
ସେପାଖର ଖଣ୍ଡିଆ ସ୍ମୃତି ପାଖକୁ।

ସ୍ମୃତିର ଟାଙ୍ଗରା ଜମିରେ
ନା ଥାଏ ଅର୍କବୁଦାଟାଏ ସ୍ବୀକାରର
ନା ଗବଗଛ ଅସ୍ବୀକାରର।

ଜୀବନ ବିତାଇବାରେ ଇ
ଗୟସ ଫୁଲ
ନ ଥାଉ ବାସ୍ନା, ବିତିଯାଉଥାଏ
ବହିଯାଉଥିବା ସହଜ ନର୍ଦ୍ଦମାର
ଫୁରୁଫୁରୁ ପାଣିରେ।