କେତେ ଯନ୍ତ୍ରଣା ମନ ତଳେ ଚାପି
ଛାତିର କୋହକୁ ଆଖିରେ ସାଉଁଟି
ଓଠ ଧାରେ ଭରି ସଜ ଶତଦଳ
ବକ୍ଷୁ ନିଗାଡ଼ି ପୀୟୂଷର ଝର।
ଧନ୍ୟ ଗୋ ତୁମେ ନାରୀ;
ଜନନୀ, ଭଗିନୀ, ଜାୟାର ସେନେହ
ଅଜାଚିତେ ଦିଅ ଢାଳି॥
ମମତାର ତୁମେ ଜାହ୍ନବୀ ଝର
ସେନେହର ତୁମେ ଅସୀମ ସାଗର
ତୃଷିତ ମନର ତଟିନୀ ଗୋ ତୁମେ
ପ୍ରୀତି ତୁମ ମଧୁମୟ;
ଅବଗୁଣ୍ଠନ ତଳେ ଲୁଚିରହେ
ଆଉ କିଛି ପରିଚୟ॥
ବନ୍ଦନୀୟା ଯେ ବନ୍ଦିନୀ ସାଜି
ନିଜ ଜଳନର ଶିଖା ନିଜେ ତେଜି
ଅପରକୁ ରଖି ପଣତ ଉହାଡ଼େ
ନିଜେ ଯାଉଥାଅ ଜଳି,
ନିଷିଦ୍ଧ ଗଳିର କଫିନ୍ ଭିତରେ
ମନକୁ ନିଲାମ କରି।
ମହନୀୟା ତୁମେ ନାରୀ;
ଦଗ୍ଧିତ ମନେ ଇନ୍ଦ୍ରଧନୁର
ରଙ୍ଗ ପାରୁଛ ଭରି॥

ଆଜି ସତରେ ଖୁସି ଲାଗୁଛି ଏ ସାଧୁ ଉଦ୍ୟମ ଲାଗି, ଯଦିଓ କିଛିଟା ଅସୁବିଧା ହେଉଛି ତଥାପି ଏ ପି ଆର୍ଟ୍ସର ଏଭଳି ଏକ ଚେଷ୍ଟା ଯାହା ନିଶ୍ଚୟ ସମସ୍ତ ଓଡିଆ ପ୍ରେମୀଙ୍କୁ ଉତ୍ସାହିତ କରିବ।
ଦାଦା ପ୍ରକୃତରେ ନାରୀ ହିଁ ମହାନ, ସବୁବେଳେ ନାରୀ
କେହି ଶତ ଚେଷ୍ଟାକରି ମଧ୍ୟ ହେବ ନାହିଁ ତାଙ୍କ ସରି………