ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗୋଟିଏ ପଦ୍ମକଢ଼ିର କାହାଣୀ

  • ଆମ ଗାଁ ମୁଣ୍ଡରେ
    ସେ ପଦ୍ମପୋଖରୀ!
    ତା ପେଟରେ ପେଟେ
    ଗ୍ରାମସଡ଼କ ଯୋଜନାର ମାଟି।

    ଛାତିରେ ତୀର ଭଳି ଗଳିଯାଇଛନ୍ତି
    କେତେଟା କଂକ୍ରିଟ୍‌ ପିଲାର।
    ତାକୁ ମୃତ୍ୟୁଦଣ୍ଡ ଦେଇଥିବା
    କୃଷକ ବଜାରର ଆଖିରେ
    ଆଜି, ତାର ଏକ ପ୍ରାମାଣିକ ଚିତ୍ର।

    ଇଡ଼ିୟଟ ବାକ୍ସ ଭିତରେବି
    ମେଘ ନଥିବା ଅମାବାସ୍ୟା ରାତିର
    ଆକାଶୀ ତାରା ମାନଙ୍କ ଠାରୁ
    ଖୁବ୍‌ ସୁନ୍ଦର ଦିଶୁ ଥିଲା
    ଶହ ଶହ ପଦ୍ମଫୁଲ ମାନଙ୍କ
    ସଂରକ୍ଷିତ ମନଖୋଲା ହସ।

    ପଦ୍ମମାନେ ହସୁଥିଲେ
    ପରଦା ଉପରେ
    ନିଜ ଗାଁ ପଦ୍ମପୋଖରୀର
    ହଜିଲା ରୂପରେ
    ଗାରେ ହସ ଉକୁଟି ଉଠିଲା
    ଚାରିକୋଡ଼ି ଛୁଇଁ ଥିବା
    ଜଣେ ବୃଦ୍ଧଙ୍କ ଓଠରେ।

    ଠିକ୍‌ ସେତିକିବେଳେ
    ତଥାପି ବଞ୍ଚିଥିବା ଗୋଟିଏ ପଦ୍ମକଢ଼ି
    ମଣ୍ଡକୋଡ଼ି କାନ୍ଦୁଥିଲା
    କୃଷକ ବଜାରର ପାଇଲିଂ ଖୁଣ୍ଟରେ।

    ପାଠକୀୟ ଆଦୃତି

    ୧୨୪ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ସୁବ୍ରତ ପ୍ରିୟବ୍ରତ ମହାନ୍ତି, କଟକ

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP