ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦ୍ରୁତ ଏ ଦିନାଙ୍କ

  • ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ
    ପ୍ରଜନ୍ମର ପ୍ରଜ୍ଜ୍ୱଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ
    ଆରବୀୟ ଅନ୍ଧକାର ଆବୋରୁ ଏ ଇନ୍ଦ୍ରପ୍ରସ୍ଥ ଆଗ
    ୟା’ପରେ ମୋ ହଂସୀ ହାୟ ହସ୍ତିନାରେ ହଜିଲେ ହଜନ୍ତା!

    ମାସମାସ ମାମଲାରେ ମସିହାର ମୃତ୍ୟୁ ଦଣ୍ଡାଦେଶେ
    ଆକୁମାରୀ ହିମାଚଳ କୁମାରୀ କୁମାୟୁନ୍‌ କରେ
    ଏଠି ଏକ ଉଇହୁଙ୍କା; ଉପଦ୍ରୁତ ଉପମହାଦେଶ
    ସର୍ପାହତ ସ୍ବପ୍ନରେ ମୁଁ ସର୍ବସ୍ବାନ୍ତ ସର୍ବୋତ୍ତଭାବରେ!

    ଆମ କ୍ଷତଚିହ୍ନତକ ଆମେ କ’ଣ ଖୋଜି ପାଇଲୁଣି?
    ଦୁଃଖିତ ଦ୍ରାବିଡ଼ଖଣ୍ଡ ୤ ଆର୍ଯ୍ୟାବର୍ତ୍ତ ଆଶ୍ଚର୍ଯ୍ୟଚକିତ
    ପାତାଳରେ ପୋତାହୁଏ ପତାକାର ପତିଆରା ପୁଣି
    ଜାତିର ଏ ଜେହାଦରେ ଜର୍ଜରିତ ଜାତୀୟସଙ୍ଗୀତ!

    ଫାଇଲର ଫିତା ଫିଙ୍ଗେ ଫାଲ୍‌ଗୁନର ଫାଶୀଆଳ ଫେର୍
    ଦ୍ବିଖଣ୍ଡିତ ଦେଶରେ ମୋ ଦିଶହରା ଦିହଜାର ତେର୍!

    ପାଠକୀୟ ଆଦୃତି

    ୨୦୫ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଗିରିଜାକୁମାର ବଳୀୟାରସିଂହ, କଲ୍ୟାଣୀ ନଗର, କଟକ

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP