ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଚୁଲି

  • ମରିଯାଇଛି ଭୋକ,
    ଲିଭିଯାଇଛି ନିଆଁ,
    ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି
    କ୍ଷୟ ହେଇନି ଚୁଲି ଭିତରର ଆଶା।

    ଅତୀତର ଉପହାସ,
    ସ୍ମୃତିର କଟାଳ,
    ଚୁଲିର ଖୋଜିଲା ଖୋଜିଲା ଆଖି,
    ବିଡ଼େ କାଠ, ଝୁଲେ ନିଆଁ,
    ଯାହାର ଉଷୁମ ସ୍ପର୍ଶରେ
    ସହଜ ହୁଅନ୍ତା ମୁକ୍ତିତୀର୍ଥରେ ପହଞ୍ଚିବା।

    ଅତୀତର କଳ୍ପନା ନାହିଁ,
    ଅବଲୁପ୍ତର ଅନୁରୂପ ନାହିଁ।
    ପୁରୁଣା ଚୁଲି, ପୁରୁଣା ଦେହ
    ଝିଙ୍କା, କନ୍ଧା, ସବୁ ଫୁରୁସିଗଲାଣି।

    ନୂଆ ଗଢଣଟିଏ ତିଆରିଚାଲିଛି
    ସମୟ ସିନ୍ଦୁକ ଭିତରେ,
    ଅତି ଗୋପନୀୟ ଭାବରେ।

    କିନ୍ତୁ, ଚୁଲି କଣ ପାଶୋରିପାରୁଛି
    ସେଇ ଫୁଟାଭାତର ଉଷୁମ ବାସ୍ନା,
    ଉତୁରିଲା ପେଜର ସିଁ ସିଁ ଗୀତ।

    ଭୋକ ମରିଯାଇଛି, ଲିଭିଯାଇଛି ନିଆଁ
    ଏବେ ନିଆଁର ଉଷ୍ମ ଆମୋଦକୁ
    ଚୁଲିର ବାହୁନିବା ହିଁ ସାର॥

    ପାଠକୀୟ ଆଦୃତି

    ୯୮ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ପ୍ରମିଳା ଶତପଥୀ, ବାଲେଶ୍ବର

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-
    • ୧. ମନ୍ମଥ କୁମାର ଦଳେଇ | ସେପ୍ଟେମ୍ବର୍ ୨୯, ୨୦୧୬ - ୧୨:୨୮ ଅପରାହ୍ନ

      ବହୁତ ସୁନ୍ଦର ଉପସ୍ଥାପନା ।”ସେଇ ଫୁଟାଭାତର ଉଷୁମ ବାସ୍ନା,
      ଉତୁରିଲା ପେଜର ସିଁ ସିଁ ଗୀତ” ଏହି ଦୁଇ ଧାଡି କବିତାର ଶୀର୍ଷକକୁ ଯଥାର୍ଥ କରିବାରେ ସହାୟକ ହେଇଛନ୍ତି। ବହୁତ ଭଲ ଲାଗିଲା।

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP