ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଭାତହାଣ୍ଡି

  • ଚୂଲିରେ ବସିଚି ଭାତହାଣ୍ଡି
    ଫୁଟୁଚି ଭାତ
    ଆଞ୍ଜୁଳେ ଦାନାର ଇନ୍ଦ୍ରଜାଲ
    ଚୂଲି ତଳେ ନିଆଁ ଓ ପାଉଁଶ।

    ଆଞ୍ଜୁଳେ ଦାନା ଯୋଗାଡ଼ିବାକୁ
    ଗଛତୋଳା, ଖଣିଖୋଳା,
    ପୋଖରୀଖୋଳା
    ପୁଣି ଭୂଇଁଦଳା।

    ଏଇ ଭାତହାଣ୍ଡିଟା ପାଇଁ ସବୁ
    ଲାଞ୍ଚ ଲବି ଲେହନ
    କୈଫିୟତ ଟିପଚିହ୍ନ
    ନାଲିଆଖି ଉପଢ଼ୌକନ
    ଅନଶନ କୀର୍ତ୍ତନ।

    ଭାତହାଣ୍ଡି ପରି ମୋର ଏଇ ପେଟ
    ମୋର ମୁଣ୍ଡ
    ମୋର ଯାବତୀୟ ହାଡ଼ ଲୁହ ରକ୍ତ ଝାଳ
    ସବୁ ଟକ୍‌ମକ୍‌ ହୋଇ ଫୁଟୁଥାନ୍ତି,
    ଭାତହାଣ୍ଡିଟା ନିଜର କରିବାକୁ
    ମୁକୂଟ ଲୋଟିଯାଏ ଧୂଳିରେ
    ସ୍ବପ୍ନକୁ ବସାଯାଏ ସନ୍ତାପର ସିଂହାସନର,
    କଳା ଡାଆଣୀ ପରି ଦିଶେ ନାରୀ
    ପୁରୁଷ ପାଲଟେ ସଇତାନ୍‌।

    ଭାତହାଣ୍ଡିରେ
    ଟକ୍‌ମକ୍‌ ଦାନା ଫୁଟୁଥିବାର ଦିଶେ
    ଦପ୍ତରରେ, ଦାରିସାହିରେ
    ଯୁଦ୍ଧରେ, ଶେଯରେ, ସବୁଠି।

    ଭାତହାଣ୍ଡି ପୂର୍ଣ୍ଣ ତା ଜୀବନ ଲାଗେ
    ଅସାର, ଅବାନ୍ତର
    ଅପୂର୍ଣ୍ଣ ଭାତହାଣ୍ଡି ହିଁ କାରଣ ଜୀବନର
    ଆଞ୍ଜୁଳେ ଦାନାର ଇନ୍ଦ୍ରଜାଲ ମତାଏ ସଂସାର,
    ଯୁଗଯୁଗାନ୍ତର।

    ପାଠକୀୟ ଆଦୃତି

    ୧୧୨ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ସୂର୍ଯ୍ୟ ମିଶ୍ର, ସମ୍ବଲପୁର

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP