ଆସ ପ୍ରିୟା ହୋଇଯିବା ମିଥୁନ ମୁଦ୍ରାରେ
ଶିଳାରେ ଖୋଦିତ ମୂର୍ତ୍ତି ମନୋରମ,
ନିହଣ ମୁନରେ ଫୁଟି ଉଠିବ
ସୃଷ୍ଟିର ସୂକ୍ଷ୍ମ ଅନୁପମ ।୧।
ମନ୍ଦିର କାନ୍ଥରେ ଜୀବନ୍ତ ନାଚିବା
ପ୍ରେମ ପ୍ରଣୟର ତାଳେ ତାଳେ ସ୍ବର୍ଗୀୟ ଶୃଙ୍ଗାର,
ଶୀଳ୍ପି କାରୁକାର୍ଯ୍ୟେ ଆଦିମ ଯୁଗକୁ ଫେରିଯିବା
ଭବିଷ୍ୟତ କରୁଥିବ ଅତିବ ଆଦର ।୨।
ଭକ୍ତଠାରୁ ଭାବୁକେ ନିର୍ବାକେ ଦେଖିବେ
ସଂସାରର ଶ୍ରେଷ୍ଠ ଶିହରଣ,
ସୃଷ୍ଟି ପାଇଁ-ଆମେ ଅର୍ପଣ ହୋଇଯିବା
ଖୋଲିଦେଇ ମାନବ ମନର
ଯେତେ ସବୁ ମିଛ ଆବରଣ ।୩।

ବଢ଼ିଆ ହୋଇଛି, କଳା, ଶୃଙ୍ଗାର ଏବଂ ଜୀବନର ଏକ ଜୀବନ୍ତ କବିତା।