Skip to content
  • Sample Page
  • ଆମ ସମ୍ପର୍କରେ
  • ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
  • ଘୋଷଣାନାମା
  • ପ୍ରଶ୍ନୋତ୍ତର
  • ବିଜ୍ଞାପନ
  • ଯୋଗାଯୋଗ ଠିକଣା
  • ଲେଖକ ପରିଚୟ
  • ଲେଖା ପଠାନ୍ତୁ

Copyright Odia Sahitya 2025 | Theme by ThemeinProgress | Proudly powered by WordPress

Odia Sahitya
  • Sample Page
  • ଆମ ସମ୍ପର୍କରେ
  • ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
  • ଘୋଷଣାନାମା
  • ପ୍ରଶ୍ନୋତ୍ତର
  • ବିଜ୍ଞାପନ
  • ଯୋଗାଯୋଗ ଠିକଣା
  • ଲେଖକ ପରିଚୟ
  • ଲେଖା ପଠାନ୍ତୁ
ଆଧୁନିକ . କାବ୍ୟ ଓ କବିତା Article

ବଗିଚା

On July 5, 2025 by Mahendra Mishra

ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି
ଏବେ ପଡ଼ିଚି ବଗିଚା !

ଗାଈ :
ଯା’ର କ୍ଷୀରରୁ ତିଆରି
ଦହି, ଛେନା, ଲହୁଣି ଓ ଘିଅ ଖାଇ
ବଢ଼ିଚି ଆମର ଫୁଟାଣି୤

ସେଇ ଗାଈଟି
ବୁଢ଼ୀ ହେଲାପରେ
ଆମର ନଗାନାଇଁ କି ପଘାନାଇଁ !

ଏବେ ସେଇ ବଗିଚାର
ନୁଖୁରା ଚର୍ମର ବାଡ଼ ଡେଇଁ
ମାଡ଼ିଆସେ ମରୀଚିକା
ମଲାଘାସରେ ଘର କରିବାକୁ
ଦଳଦଳ ଊଈ ଓ ଧୂଳିଜନ୍ଦା !

କାମରୁ ଫେରିଲାବେଳେ
ଅଣ୍ଟିରେ ଭୁଜା, ଚୁଡ଼ା ନଥିଲେ
ଭୋକିଲା ପିଲାଙ୍କ ଆଗରେ
ଯେମିତି ଦୋଷୀଟେ ପରି ଛିଡ଼ାହୁଏ
ଗୋଟେ ଗରିବ ମାଆ
ସେମିତି ଦିଶୁଚି ଏବେ ସାରାଟା ବଗିଚା
ସତେ କି ଘୂର୍ଣ୍ଣି ମୁହଁରେ
ଗୋଟେ ସାତସିଆଁ ଦିହଲୁଗା !

କେଜାଣି, କୁଆଡ଼େଗଲେ
ସେ ତରକା ପ୍ରଜାପତିମାନେ ?
କୁଆଡ଼େଗଲେ
କାଉ, କୋଇଲି, କଜଳପାତି
ଫୁଲମାନଙ୍କୁ ଗେଲ କରିବାକୁ ଆସୁଥିବା
ଇନ୍ଦ୍ରଧନୁମାନେ ?
କୁଆଡ଼େ ବାଟ ହୁଡ଼ିଲେ
ନାଲି ଗୁଲୁଗୁଲୁ ସାଧବ ବୋହୂମାନେ ??

ଏବେ ଯୋଉ ଗଛକୁ
ଟେକିବ ଭୂଇଁରୁ
ସବୁଯାକ ଚେର ଦଇଛିଣ୍ଡା…
ମୂଳରୁ ଉପୁଡ଼ା !
ଗଣଗଣ ହେଉଥିବା
ୟେ’ କେଇଟା ଗୁହ ମାଛିଙ୍କ ଉପରେ
କି ଭରସା ?
ନା ସେମାନେ ବଗିଚାରେ
ଭରିପାରିବେ ମିଠା କାକଳି
ନା ଗଛରେ ବାନ୍ଧିପାରିବେ ମହୁଫେଣା !

ଘରର ଭେଣ୍ଡିଆ ପୁଅମାନେ
ଯେ’ ଯୁଆଡ଼େ ଦୂରେଇ ରହିଲେ
ରୁଗୁରୁଗୁ ହୋଇ ପୋଡ଼ିଉଠେ
ବୁଢ଼ାବୁଢ଼ୀଙ୍କ ଛାତି ତଳର
ଯେଉଁ ଅଦେଖା ଜାଗା
ତା’ରି ନାଆଁତ ବଗିଚା !
(ସେନାପତି ପ୍ରଦ୍ୟୁମ୍ନ କେଶରୀ, କଟକ)

ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ କବି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି୤ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ କବିତା ଲେଖା ଉପରେ ନିବନ୍ଧ ଲେଖି ନିଜର ପିଏଚ୍ଡି ହାସଲ କରିଥିବା ପ୍ରଦ୍ୟୁମ୍ନ କେଶରୀଙ୍କ ଏଯାବତ୍ ଏକାଧିକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି୤ ଏକାଧିକ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିବା ଶ୍ରୀ ସେନାପତିଙ୍କ ଲେଖାରେ ମୁଖ୍ୟତଃ ସାମାଜିକ ବ୍ୟବସ୍ଥା ଉପରେ ଅନୁଶୀଳନ ପ୍ରତିଫଳିତ ହୋଇଥାଏ୤

Leave a Reply Cancel reply

You must be logged in to post a comment.

Archives

  • July 2025
  • June 2025

Calendar

July 2025
M T W T F S S
 123456
78910111213
14151617181920
21222324252627
28293031  
« Jun    

Categories

  • ଆଧୁନିକ
  • କାବ୍ୟ ଓ କବିତା
  • କାବ୍ୟ ଓ କବିତା
  • କାବ୍ୟ ଓ କବିତା
  • ଗଳ୍ପ
  • ନବ ପ୍ରତିଭା
  • ସ୍ମରଣୀୟ ଲେଖା

Copyright Odia Sahitya 2025 | Theme by ThemeinProgress | Proudly powered by WordPress