ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଝୁମା

ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି୤ କେଉଁଠି ଅଛୁ ଘରକୁ ଆ୤ ଆରେ-ଏ, ମୋତେ ଟିକିଏ ଛାଇ ନିଦ ନାଗିଛି କି ନାହିଁ ବାରବୁଲି ଖସିଗଲା ମୋ କୋଳରୁ୤ କେତେ ଆକଟ କରିବି ତାକୁ?”

ଟିକିଏ ରହି ସେ ଚାରିଆଡ଼କୁ ଆଖି ପକାଏ୤ ପାଉଁଶିଆ ଜହ୍ନ ଆଲୁଅ ଭିତରେ ସବୁ ଝାପ୍ସା ଦେଖାଯାଏ୤ ସାନବାବୁ ଘର ସେଇ ଇଟା ପାଚେରୀ କୋଣ ଖଣ୍ଡେ ଭାଙ୍ଗି ଯାଇଛି କୋଉଦିନରୁ୤ ସେଇ ଭଙ୍ଗା କାନ୍ଥି ଉପରେ କୁଦା ମାରି ସେ ହୁଏତ ଚାଲିଯାଇଥିବ ଆରପଟକୁ୤ ଝାପ୍‌ସା ଦେଖାଯାଉଛି ସେଇ ଅଧା କାନ୍ଥ ଉପରେ କିଏ ଗୋଟିଏ ବସିଲା ପରି୤ ଲମ୍ବା ଲମ୍ବା ଶାଗୁଆ ନଡ଼ିଆ ବରଡ଼ା ଉପରୁ ଜହ୍ନ ଆଲୁଅ ଖସିଆସୁଛି ତଳକୁ୤ ତରଳ ରୂପା ବହିଯିବା ଭଳି୤

ପୁଣି ପାଟି କରି ମନକୁମନ ବଜରବଜର ହୁଏ ବୁଢ଼ୀ୤ ଗୁଡ଼ାଏ ଗାଳି ବର୍ଷଣ ହୋଇଯାଏ ସାନ ବାବୁ ଘର ସେଇ ଭୂଆ ବିଲେଇ ଉପରେ, “ସେ ଖଣ୍ଡକ ତ କମ୍‌ ନୁହେଁ୤ ସତେ ଯେମିତି ଏ ଗାଁର ଆଉ କେଉଁଠି ବିଲେଇ ନାହାନ୍ତି୤ ମୋ’ରି ଝୁମା ଉପରେ ତା’ର ଆଖି ଲାଗିଛି୤ ସବୁବେଳେ ରାତି ଅଧରେ ମ୍ୟାଉଁ ମ୍ୟାଉଁ ଡାକ ଛାଡୁଛି୤ ସେ ଡାକ ଶୁଣିବା ସଙ୍ଗେ ସଙ୍ଗେ ଏ ବାରବୁଲି ଛତରଖାଇ ଶ୍ରୀକୃଷ୍ଣଙ୍କର ବଂଶୀ ଶବଦ ଶୁଣିଲା ଭଳି ନୁଙ୍ଗୁନୁଙ୍ଗୁ ହୋଇ ଚାଲିଯାଇଛି ନାଁ ପକେଇବାକୁ୤ ଆଜି ଆ ତୁ, ଦେଖିବୁ କ’ଣ କରିବି୤”

‘ଝୁମା’ କେଉଁଠି ଥାଏ କେଜାଣି ନୁଙ୍ଗୁନୁଙ୍ଗୁ ହୋଇ ଧୀର ପାଦରେ ଆସି ଅଖାରୀ ବୁଢ଼ୀର ପାଦ ପାଖରେ ଲଟରପଟର ହୋଇ ଘସିହୋଇଯାଏ୤ ବୁଢ଼ୀର ଲୁଗା ପଣତଟାକୁ କାମୁଡ଼ି ଧରି ତା’ ଚାରିପଟେ ବୁଲିଆସେ ଥରେ ଦି’ଥର୤

ଅଖାରୀ ବୁଢ଼ୀ ଡିଆସିଲି ମାରି ଡିବି ଲଗାଏ୤ ଡିବି ଆଲୁଅରେ ‘ଝୁମା’ର ସାରା ଦେହଟାକୁ ଅଣ୍ଡାଳିପକାଏ୤ ପାଦରୁ ମଥା ପର୍ଯ୍ୟନ୍ତ ତା’ର ଲୋମଶ ଶରୀରରୁ ଉଙ୍କୁଣି ବାଛିଲା ପରି ଟିକିନିଖି ପରୀକ୍ଷା କରିନିଏ୤

ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ୤ ଆ’ ଶୋଇପଡ଼େ- ଆ୤ ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ୤ ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ୤ ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ୤
-‘ନାଁ ସବୁ ଠିକ୍‌ ଅଛି୤ ପାଦରେ ଅଳତା ମାଖିଥିଲି ଠିକ୍‌ ଅଛି୤ ପୋଡ଼ାମୁହିଁ୤ ପଙ୍କ କାଦୁଅରେ ପଶିନି୤ ମଥା ଉପରେ ଯେଉଁ ନାଲି ଟିକିଲିଟା ମାଖିଥିଲି ସେଇଟା ମଧ୍ୟ ଖସିନି୤ ବେକରେ ବନ୍ଧା ହୋଇଥିବା ପିତଳ ତିଆରି ଘୁଙ୍ଗୁର ପାଞ୍ଚଟାରୁ କିଛି ଖସିନି, ତେବେ ? ଆଲୋ ! ତୋ ମୁଣ୍ଡରେ ଖଣ୍ଡିଆ ଦାଗ ଆସିଲା କୁଆଡ଼ୁ ? ପୋଡ଼ପାଡ଼ି ମରୁନୁ ତୁ ! ମୁହଁ ସାରା ଖାଲି ନଖ ଆଞ୍ଚୁଡ଼ା ଦାଗ୤ ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ୤ ଆ’ ଶୋଇପଡ଼େ- ଆ୤ ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ୤ ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ୤ ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ୤ ……………. (rest 2 page)

ପାଠକୀୟ ଆଦୃତି

89 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଓଡ଼ିଆସାହିତ୍ୟ ପ୍ରେସ୍‌

ଲକ୍ଷ୍ମୀଧର ମହାନ୍ତି,ଭୁବନେଶ୍ବର

ଜଣେ ସମସାମୟିକ କଥାକାର ଭାବେ ପରିଚିତ ଲକ୍ଷ୍ମୀଧର ମହାନ୍ତି ବିଭିନ୍ନ ସାମାଜିକ ବ୍ୟବସ୍ଥା ଉପରେ ଲେଖନୀ ଚାଳନା କରିବାରେ ସିଦ୍ଧହସ୍ତ୤ ଗଳ୍ପ ଓ ପ୍ରବନ୍ଧ ସମେତ ଅନ୍ୟାନ୍ୟ ଲେଖା ଲେଖୁଥିବା ଶ୍ରୀ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ “ପ୍ରାଣ ଓ ପିପାସା”, “ମର୍ତ୍ତ୍ୟ ନିର୍ମାଣ”, “ମଞ୍ଚନାୟକ” ଆଦି ଅନ୍ୟତମ୤

ଆଉ କେତୋଟି ସଂଗ୍ରହ

ଚୋର

ହେଡ୍‌ମାଷ୍ଟର ପୂରା ଫର୍ଦ୍ଦଭର୍ତ୍ତି ଚିଠି ଲେଖିଲେ୤ ତାଙ୍କ ଝରକଲମ ଥରକୁଥର କାଳିଦୁଆତରେ ବୁଡୁଥାଏ, ଉଠୁଥାଏ ଓ କାଗଜ ଉପରେ ରଚରଚ ହେଉଥାଏ୤ ବାପାଙ୍କ ଉପରେ ମାଆ ରାଗିଲେ…

ଛାଇ ଆଲୁଅ

ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା୤ ସଜ ତାଡ଼ି ପିଇବାକୁ ଢେର ଗରାଖ୤ ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP