Loading...
ସଦାନନ୍ଦ ତ୍ରିପାଠୀ(୧୯୫୬-୨୦୨୬) ଦୀର୍ଘ ବର୍ଷ ଧରି ଜଣେ ବ୍ୟାଙ୍କ୍ କର୍ମଚାରୀଭାବେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କର ନିଶା ଥିଲା ଗଳ୍ପ ଲେଖିବା। ୧୯୭୨ ମସିହାରେ କଲେଜ୍ରେ ପଢ଼ୁଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ଗୁଜବ ଉଡ଼େଇଥିଲେ ଯେ, ସଦାନନ୍ଦଙ୍କ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ସେହି କଥାକୁ ନେଇ ସେ ନିଜର ପ୍ରଥମ ଗଳ୍ପ ସଙ୍କଳନର ନାମ ରଖିଥିଲେ ‘ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ’। ଏହା ବ୍ୟତୀତ ତାଙ୍କ ରଚିତ ବିଭିନ୍ନ ଗଳ୍ପ ସଙ୍କଳନ ମଧ୍ୟରେ ‘ରଙ୍ଗନାଥ ଘଡ଼େଇ’, ‘ନିଜ ନିଜ ନିୟମ’, ‘ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର’, ‘କବିର ସମୟ’, ‘ନାଚାର ଷୋଡ଼ଶୀ’ ଆଦି ଅନ୍ୟତମ। ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ଅନେକ ସମ୍ମାନ ଓ ପୁରସ୍କାର ପାଇଥିବା ସ୍ୱର୍ଗତ ଶ୍ରୀ ତ୍ରିପାଠୀ ଜଣେ ଅନନ୍ୟ ଗାଳ୍ପିକଭାବେ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।
No posts found for this author.
ଓଡ଼ିଆସାହିତ୍ୟ ଘର ନଂ.- S3H1-2, ଆର୍-ଡି-ଏ କଲୋନୀ କଳିଙ୍ଗ ବିହାର, ଛେଣ୍ଡ୍ ରାଉରକେଲା-୭୬୯୦୧୫ ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭ (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)