ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବ୍ରଜନାଥ ବଡ଼ଜେନା

ବ୍ରଜନାଥ ବଡ଼ଜେନା

ବ୍ରଜନାଥ ବଡ଼ଜେନା(୧୭୩୦-୧୭୯୫) ତାଙ୍କ ସମୟର ଜଣେ ପ୍ରଭାବଶାଳୀ ଲେଖକ, ଚିତ୍ରକର ଓ ଶିଳ୍ପୀ ଥିଲେ। ତାଙ୍କର ସଂସ୍କୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଭାଷାରେ ପାଣ୍ଡିତ୍ୟ ଥିଲା। ତାଳପତ୍ର, କାଗଜ, କାଠପଟା ଓ ଅଭ୍ର ଆଦିରେ ଚିତ୍ରାଙ୍କନ ଏବଂ ମୂର୍ତ୍ତି ନିର୍ମାଣରେ ସେ ସୁଦକ୍ଷ ଥିଲେ।

୧୭୫୫ ରୁ ୧୭୭୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ‘ବିଚକ୍ଷଣ’, ‘କେଳି କଳନିଧି’, ‘ତ୍ରିଭୁବନ ସୁନ୍ଦରୀ’ ସହିତ ବିଭିନ୍ନ ଚଉପଦୀ- ‘ଚଣ୍ଡିମାଳଶ୍ରୀ’, ‘କୃଷ୍ଣଲୀଳା’, ‘ଗୋପୀ ବିଳାସ’, ‘ଅମ୍ବିକା ବିଳାସ’ ଆଦି ଗ୍ରନ୍ଥ ରଚନା କରିଥିଲେ। ସେ ତାଙ୍କ ଜୀବନର ଶେଷ ଭାଗରେ ‘ସମରତରଙ୍ଗ’, ‘ରାଜସଭା’ ସହିତ ହିନ୍ଦୀରେ ‘ଗୁଣ୍ଡିଚାବିଜେ’ ଆଦି ରଚନା କରିଥିଲେ।

ବିଭିନ୍ନ ସଂସ୍କୃତ ଗ୍ରନ୍ଥ ଆଧାରରେ ତାଙ୍କ ରଚିତ ‘ହାସବିନୋଦ’, ‘ରସବିନୋଦ’, ‘ନୀତିବିନୋଦ’ ଓ ‘ପ୍ରୀତିବିନୋଦ’ ର ସମାବେଶରେ ‘ଚତୁର ବିନୋଦ’ ନାମକ ଏକ ନୀତି ଓ ଉପଦେଶାତ୍ମକ ଗ୍ରନ୍ଥ ରଚନା କରିଥିଲେ। ଚତୁର ବିନୋଦର ରଚନା ଶୈଳୀ ଓ ଭାଷାର ସରଳତା ଯୋଗୁଁ ଏହା ଓଡ଼ିଆ ଭାଷାରେ ଏକ ଅଦ୍ୱିତୀୟ ଗ୍ରନ୍ଥ।

ଚତୁର ବିନୋଦ କଥା

କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ। ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନ ଥିଲେ। ସେ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP