ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଜନ୍ମ ଜନ୍ମାନ୍ତର

  • (ସନେଟ୍‌)

    ଜନ୍ମେ ଜନ୍ମେ କରି ଯାହା ଯେତେ ଅନ୍ବେଷଣ,
    ତୃପ୍ତି ଖୋଜି ଏଣେ ତେଣେ ଧାଇଁଥିବି ଯାହା,
    ପାଇଛି ଯା ଜନ୍ମେ ଜନ୍ମେ ତୋଷଣ, କଷଣ,
    ହେ ନାଥ, ସେ ସବୁ ତତେ ଖୋଜିବାର ରାହା।

    ଧନେ, ମନେ, ପଦେ, କାନ୍ତ କାମିନୀ ନୟନେ
    ହେ ପ୍ରିୟ, ତୁମରେ ମାତ୍ର ଖୋଜିଛି ମୁଁ ଚିର,
    ତୁମରେ ଚୁମ୍ବିଛି ନିକି ପ୍ରେୟସୀ-ଚୁମ୍ବକେ,
    ତା’ ବିରହେ ତାମ ଲାଗି ଖସେ ଅଶ୍ରୁନୀର।

    ରୁଦ୍ଧ ଜୀବ ନାନା ପଥେ ଖୋଜିଅଛି ବାଟ
    କାହିଁ ସେ ପାଇବ ତାର ସୁଖ ଅପହୃତ,
    ଖୋଲିବାକୁ ଆଘାତିଛି ଅଗଣ କବାଟ
    କିଏ କାଳେ ଦେବ ସେହି ବିସ୍ମୃତ ଅମୃତ।

    ନାନା-ଫୁଲ-ମାଳା ମୋର ଜନ୍ମଜନ୍ମାନ୍ତର
    ଭେଟି ଶେଷେ ଦେଖିବାକୁ ଚରଣ ପ୍ରିୟର।

    – 0 –
    ଏହି କବିତାଟି ଲେଖକଙ୍କ ଦ୍ୱାରା ସମ୍ପାଦିତ ସାହିତ୍ୟ ପତ୍ରିକା ‘ଶଙ୍ଖ’, ପ୍ରଥମ ବର୍ଷ, ଅଷ୍ଟମ ସଂଖ୍ୟାରୁ ଆନୀତ।

    ପାଠକୀୟ ଆଦୃତି

    ୧୦୫ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ମାୟାଧର ମାନସିଂହ

    ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ ପରିଚିତ ମାୟାଧର ମାନସିଂହ(୧୯୦୫-୧୯୭୩) ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ବିପୁଳ କାବ୍ୟକୃତି ବ୍ୟତୀତ ବହୁ ନାଟକ ନାଟିକା, ମନନଶୀଳ ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣବୃତ୍ତାନ୍ତ ଇତ୍ୟାଦି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।

    କବିଙ୍କ ଦ୍ବାରା ରଚିତ ‘ଧୂପ’, ‘ହେମପୁଷ୍ପ’, ‘ହେମଶସ୍ୟ’, ‘କୋଣାର୍କ’ ଆଦି କାବ୍ୟ ଗୋଟିଏ ଗୋଟିଏ ଚର୍ଚ୍ଚିତ ସୃଷ୍ଟି୤ ଓଡ଼ିଶା ବାହାରେ ଓଡ଼ିଆସାହିତ୍ୟ ଓ ସଂସ୍କୃତିକୁ ପରିଚିତ କରିବା ନିମନ୍ତେ କବିଙ୍କ ଇଂରାଜୀ ଭାଷାରେ ଲେଖନୀ ଚାଳନା ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP