ଭଜୁ କିନା ରାମ ନାମରେ ରାଜନ
ବୋଲୁ କିନା ରାମ ନାମ,
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମ।

କି କରିବେ ତୋତେ ମାୟା ସ୍ତିରୀମାନେ
ମାୟାରେ ହୋଇଛୁ ଭୋଳ,
ଆଜି ମଲେ କାଲି ହେବ ଦୁଇ ଦିନ
ମିଥ୍ୟା ମାୟାରେ ଏ ସଂସାର।

ରାଜ କୁଳ ବଡ଼ ସୁଖ ଲୋ ଜନନୀ
ଯୋଗୀ କୁଳ ବଡ଼ ଦୁଃଖ,
ନ ଜାଣଇ ଯୋଗୀ ଖରା ଓ ବରଷା
ବୁଲି ମାଗୁଥାଇ ଭିକ।

ତୁହି ଯୋଗୀ ଘର ଗଲେରେ କୁମର
ମୋହର ପରମ ସୁଖ,
ଚାରି ଯୁଗେ ବଳା ହେବୁରେ ଅମର
ଚାହିଁଥିବି ତୋର ମୁଖ।