ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଆଜ ଏକି ଗୁମାନରେ

  • (ରାଗ-ମରୁଆ, ଆଠତାଳି)

    ଆଜ ଏ କି ଗୁମାନରେ (ଚନ୍ଦ୍ରାନନା)
    ଦେଖି ନାହିଁ ସ୍ବପନରେ ॥ପଦ॥

    ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ-
    କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି!

    ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ,
    ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ,
    ଦାରୁଣ ସ୍ମର ରାଣ, ଶାଣ ଦିଆ ତୀକ୍ଷଣ,-
    ବାଣ ଗଣରେ, ନିଶ୍ଚେ ନେବଟି ଏ ପରାଣ।୧।

    ଚାରୁ ଚମ୍ପକ ଦେହା ରେ, ଚନ୍ଦ୍ରାନନା;
    କାହୁଁ ଶିଖିଲୁ ଏହାରେ।
    ଅଶ୍ରୁ ପ୍ରସରିବାର ମହୀକି ଚିରିବାର,
    ଆଜନ୍ମ ପରିଚାର ସଂସାର ସାରିବାର।୨।

    ମର୍ମ ଗଲାଟି ଫାଟିରେ, ଚନ୍ଦ୍ରାନନା!
    ମାର ମାର୍ଗଣ ଧାଟିରେ,
    ବନ୍ଧୁଆ, ସରିଲିଟି ତୋ କୀର୍ତ୍ତି ପରିପାଟୀ,
    ରୋପିବାର ଲତାଟି ମୂଳୁ ନ ପକା କାଟି।୩।

    ଦୋଷ ଦେଖି ତୁ ଦଣ୍ଡରେ, ଚନ୍ଦ୍ରାନନା!
    ମଣ୍ଡନା କରି ଗଣ୍ଡରେ,
    ବାହୁ ପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ
    ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ-କୁନ୍ତେ।୪।

    ଆରମ୍ଭିଲେ ତୁ ରୁଷାରେ, ଚନ୍ଦ୍ରାନନା!
    ଭରସା କେ ମୋ ରସାରେ,
    ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ
    ସହେ ବି କରବାଳ କେଳି-କମଳ ଦଳ?।୫।

    ଶ୍ୟାମ ବିନୟ ଭାଷାରେ, ଚନ୍ଦ୍ରାନନା,
    ମନ୍ଦ ମଧୁର ହସାରେ,
    ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ,
    ରସିଲେ ମନ ଜାଣି, ଶ୍ରୀ ଛୋଟରାୟ ଭଣି।୬।

    ପାଠକୀୟ ଆଦୃତି

    ୪୪ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    କବିସୂର୍ଯ୍ୟ ବଳଦେବ ରଥ

    ଓଡ଼ିଆ ସାହିତ୍ୟରେ ଏକ ଉଜ୍ଜ୍ବଳ ନକ୍ଷତ୍ର ଭାବେ ପରିଗଣିତ କବିସୂର୍ଯ୍ୟ ବଳଦେବ ରଥ(୧୭୮୯-୧୮୪୫)ଙ୍କ ପ୍ରତ୍ୟେକଟି ରଚନା ବେଶ୍ ସାବଲୀଳ ଏବଂ ଶାଣୀତ। କବିଙ୍କ ରଚିତ ଅନେକ ଚମ୍ପୁ, ଛାନ୍ଦ, ଚୌପଦୀ, ଚିଟାଉ ଆଦି ପାଠକଙ୍କ ନିକଟରେ ବେଶ୍ ଲୋକପ୍ରିୟ।

    କବିଙ୍କ ରଚିତ ବିଭିନ୍ନ ରଚନାବଳୀର ଲୋକପ୍ରିୟତା ଏବଂ ତାଙ୍କର ଜ୍ଞାନକୁ ଦୃଷ୍ଟିରେ ରଖି ତତ୍କାଳୀନ ଠାକୁର ରାଜା ଗଜପତି ମହାରାଜ ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୁଷିତ କରିଥିଲେ। କବିଙ୍କ ରଚିତ ‘ରତ୍ନାକର ଚମ୍ପୁ’, ‘କିଶୋର ଚନ୍ଦ୍ରାନନ ଚମ୍ପୁ’, ‘କବିତା କଲ୍ଲୋଳିନୀ’, ‘ସଙ୍ଗୀତ କଳ୍ପଲତା’ ଆଦି ପୁସ୍ତକ ଅନ୍ୟତମ।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ପାକ୍ଷିକ ସାହିତ୍ୟ ଇ-ପତ୍ର
    ads
    ସର୍ବାଧିକ ଦୃଷ୍ଟି ଆକର୍ଷଣ
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP