ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ମୋ ପାପ ପୁଣ୍ୟର ହିସାବ

  • ମୋ ପାପ ପୁଣ୍ୟର ହିସାବ କରିବ
    ଏମିତି ବା କିଏ କାହିଁ
    ମୋତେ ତ ଏ ଯାଏ ଭଲ ଭାବେ କେହି
    ମନ ଦେଇ ଚିହ୍ନି ନାହିଁ ।୧।

    ଶୋଷ ବେଳେ ବାଛବିଚାର ନ ମାନି
    ପିଇଛି ମୁଁ ନଈ ପୋଖରୀର ପାଣି
    ଛାଇ ଖୋଜି ଯାହା ଥକା ମେଣ୍ଟାଇଛି
    ତରୁ ତଳ ପାନ୍ଥଶାଳା ନାହିଁ ବାଛି
    ଜୀଇଁବା ନେଇଛି ଜୀବନରେ ବାଛି
    ଆପଣାକୁ ବୋଧ ଦେଇ ।୨।

    ମୋତେ ପଚାରିବା ନାହିଁ କିଛି ମାନେ
    ଆସିଛି କି କେହି ରାତିର ସପନେ
    ମୁଉଁ ତ ଏ ଯାଏ ରାତିକୁ ଚିହ୍ନିନି
    ନିଦ ତ ମୋ ଲାଗି ସଦା ସଉତୁଣୀ
    ନିତି ସଧବାର ଶଙ୍ଖା ମୁଁ ପିନ୍ଧୁଛି
    କୋକେଇରେ ଶୋଇ ଶୋଇ ।୩।

    ପାଠକୀୟ ଆଦୃତି

    ୧୪୭ ଦୃଷ୍ଟି ଆକର୍ଷଣ
    ମନ୍ତବ୍ୟ ସଂଖ୍ୟା

    ତୁଣ୍ଡ ବାଇଦ

    ବୃନ୍ଦାବନ ଜେନା, ଭୁବନେଶ୍ବର

    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-
    • ୧. ଅରବିନ୍ଦ | ଜୁନ୍ ୧୫, ୨୦୧୧ - ୧୨:୩୮ ଅପରାହ୍ନ

      ମୋ ପାପ ପୁଣ୍ୟର ହିସାବ କରିବ
      ଏମିତି ବା କିଏ କାହିଁ
      ମୋତେ ତ ଏ ଯାଏ ଭଲ ଭାବେ କେହି
      ମନ ଦେଇ ଚିହ୍ନି ନାହିଁ।

    • ୨. ସୁଦର୍ଶନ ସାହୁ | ଜୁନ୍ ୨୩, ୨୦୧୧ - ୧୨:୩୯ ଅପରାହ୍ନ

      ଏକ ଉଚ୍ଚତର ମାନସିକତାର କାବ୍ୟିକ ଅଭିବ୍ୟକ୍ତି।

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP