
ତଥାପି ବଞ୍ଚି ରହିଛି ସ୍ମୃତି ତାର ଆଜି
ସ୍ମୃତିକାର ଅଛି ଅବା କିଏ
ସ୍ମୃତି ର ଦୁଇଟି ଅକ୍ଷରର ଅର୍ଥ ବୁଝିବାକୁ
ବେଳ ନାହିଁ ଖୋଜି ବାହାର କରିବାକୁ
ସ୍ମୃତି ମାନେ କିଛି ନାହିଁ
ଯାହା ଥିଲା ଭଙ୍ଗାରୁଜା ଓ ଅଦରକାରୀ
ତାକୁ ଅବା ମନେ ପକେଇବ କିଏ
ଦିନ ଥିଲା ଗଢ଼ିଥିଲେ ଆମରି ପୂର୍ବପୁରୁଷେ
ପ୍ରସ୍ତରର ମନ୍ଦିର ଓ ଦୁର୍ଗ
ସବୁତକ ଆଜି ଭଗ୍ନ ଓ ନଗ୍ନ
କୋଣାର୍କ ଓ ଜଗନ୍ନାଥ ପୀଠ
ଓଡ଼ିଆ ଜାତିର ଗର୍ବ ଓ ଗୌରବ
ଅଛି ଅବା କେଉଁଠି?
ଆଦର ନାହିଁ ତୋ ସୁନ୍ଦର ନାହିଁ
ତେବେ ମିଳିବ ଅବା ସ୍ମୃତି କେଉଁଠି?