ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ହରପ୍ରସାଦ ୨୬ତମ ମୂର୍ତ୍ତିଦେବୀ ସମ୍ମାନ ପାଇବେ

ରାଉରକେଲା: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି୤ ‘ମହାଭାରତ’ ମହାକାବ୍ୟର ବିଷୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଡକ୍ଟର ଦାସଙ୍କ କବିତା ସଙ୍କଳନ ‘ବଂଶ’ ପାଇଁ ୨୦୧୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି୤ ଭାରତୀୟ ଜ୍ଞାନପୀଠ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର୤ ଏହି ପୁରସ୍କାର ପ୍ରଦାନ ପାଇଁ ଗଠିତ ବିଦ୍ବାନମାନଙ୍କର ଏକ କମିଟି ପକ୍ଷରୁ ଏହାର ଅଧ୍ୟକ୍ଷ, ସାହିତ୍ୟିକ ତଥା କେନ୍ଦ୍ର ଆଇନ୍‌ ମନ୍ତ୍ରୀ ବୀରାପ୍ପା ମୋଇଲି ପ୍ରଥମେ ଉକ୍ତ ପୁରସ୍କାର ବାବଦରେ ଡ.ଦାସଙ୍କୁ ସୂଚନା ଦେଇଥିଲେ୤ ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ଡ.ଦାସ ତାଙ୍କ ପ୍ରତିକ୍ରିୟାରେ ଏଥିପାଇଁ ଜ୍ଞାନପୀଠ ପ୍ରତିଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଓଡ଼ିଆ ଭାଷାର ଆଉ ଏକ ଗ୍ରନ୍ଥ ସମକାଳୀନ ଭାରତୀୟ ଭାଷାବିଭାଗରେ ସମ୍ମାନୀତ ହୋଇଛି ବୋଲି କହିଛନ୍ତି୤ ଏହା ଫଳରେ ଅଧିକରୁ ଅଧିକ ଓଡ଼ିଆ ଭାଷାର ସାହିତ୍ୟିକ ପ୍ରେରଣା ପାଇବେ ବୋଲି ଡ.ଦାସ କହିଛନ୍ତି୤ ଆଜି ସୁଦ୍ଧା ଡକ୍ଟର ଦାସଙ୍କର ୧୧ଟି କବିତା ସଙ୍କଳନ, ୪ଟି ଗଦ୍ୟ ସଙ୍କଳନ, ୩ଟି ଅନୁବାଦ ସଙ୍କଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇବା ସହିତ ଦୈନିକ ସମ୍ବାଦରେ ‘ଓଡ଼ିଆ ଜାତିର ଜୀବନ ଚିନ୍ତା’ ନାମରେ ତାଙ୍କର ସ୍ତମ୍ଭଗୁଡ଼ିକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤

୧୯୮୩ ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’ ପାଇଁ ୧୯୯୧ ମସିହାରେ ପ୍ରଥମ ଓଡ଼ିଆଭାବେ ପ୍ରତିଭା ରାୟଙ୍କୁ ପ୍ରଦାନ କରାଯାଇଥିଲା୤ ଜ୍ଞାନପୀଠ ପ୍ରତିଷ୍ଠାନର ପ୍ରତିଷ୍ଠାତାଙ୍କ ମାତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ୤

ପାଠକୀୟ ଆଦୃତି

22 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଆଉ କେତୋଟି ସଂଗ୍ରହ
1100x600

ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସାରସ୍ୱତ କାର୍ଯ୍ୟକ୍ରମ ଓ ଶାରଦୀୟ ପତ୍ରିକା…

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀ ଓ ଆଲୋଚନା ଚକ୍ର

ଭୁବନେଶ୍ବର: ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ୤ ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର…

‘କାଦମ୍ବିନୀ’ ପକ୍ଷରୁ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ ଅନୁଷ୍ଠିତ

ଭୁବନେଶ୍ବର: ଜଗତୀକରଣ ଫଳରେ ଯାହା କ୍ଷତି ହେଉ ବା ଲାଭ ହେଉ, ସାହିତ୍ୟ ଓ ସଂସ୍କୃତି ପାଇଁ କିନ୍ତୁ ଏହା ଆଶୀର୍ବାଦ ପାଲଟିଛି୤ ମାସିକ ପାରିବାରିକ ଓଡ଼ିଆ…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP